ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ନେଇ ସମୟ ନିର୍ଘଣ୍ଟ

ପୁରୀ-: ରାତିପାହିଲେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାତ୍ରା କରିବେ ମହାପ୍ରଭୁ । ଶାନ୍ତି ଶୃଙ୍ଖଳା ଏବଂ ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବାବେଳେ ଆଜି ପ୍ରଶାସନ ପକ୍ଷରୁ ନୀତିକାନ୍ତି ନେଇ ସମୟ ନିର୍ଘଣ୍ଟ କରାଯାଇଛି । କଣ ରହିଛି ନୀତିକାନ୍ତି ଆସନ୍ତୁ ଜାଣିବା…

ସକାଳ ୬ଟାରେ ମଙ୍ଗଳା ଆଳତି,

ମଇଲମ ସକାଳ ୬.୧୦ ରେ,

ସକାଳ ୬.୩୦ ରେ ତଡପଲାଗି,

ରୋଷ ହୋମ ସକାଳ ୬.୩୦ରେ,

ସକାଳ ୭ଟାରେ ଅବକାଶ,

ସକାଳ ୭.୧୦ ରେ ସୂର୍ଯ୍ୟ ପୂଜା,

ସକାଳ ୭.୩୦ ରେ ଦ୍ୱାରପାଳ ପୂଜା,

ସକାଳ ୭.୩୦ ସୁଦ୍ଧା ବେଶ ଶେଷ,

ଗୋପାଳ ବଲ୍ଲଭ ଏବଂ ସକାଳ ଧୁପା (ଖେଚୁଡି ଭୋଗ) ସକାଳ ୮ ରୁ ୯,

ସକାଳ ୯ଟାରେ ରଥ ପ୍ରତିଷ୍ଠା,

ସକାଳ ୯.୧୫ ରେ ମଙ୍ଗଳାର୍ପଣ,

ପହଣ୍ଡି ସକାଳ ୯.୩୦ରୁ ଆରମ୍ଭ ହେବ,

ପହଣ୍ଡି ଦିନ ୧୨.୩୦ ସୁଦ୍ଧା ଶେଷ ହେବ,

ଦିନ ୧୨.୩୦ ରୁ ୧ଟା ମଧ୍ୟରେ ଶ୍ରୀମଦନ ମୋହନ, ଶ୍ରୀରାମ ଏବଂ ଶ୍ରୀକୃଷ୍ଣ ବିଜେ,

ଚିତା ଲାଗି ଦିନ ୧.୩୦ ରୁ ୨ଟା ପର୍ଯ୍ୟନ୍ତ,

ବେଶ ଶେଷ ଅପରାହ୍ନ ୧.୩୦ ରୁ ୨.୩୦,

ଗଜପତି ରାଜାଙ୍କ ଦ୍ବାରା ଛେରା ପହଁରା ୨.୩୦ ରୁ ୩.୩୦,

ଚାରମାଳ ଫିଟା, ଘୋଡା ଏବଂ ସାରଥୀ ଲାଗିବେ ଅପରାହ୍ନ ୪ ଟା,

ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ।