୧୦ ଡିଗ୍ରୀ ତଳକୁ ରହିଛି ଜି.ଉଦୟଗିରିର ତାପମାତ୍ରା

ଭୁବନେଶ୍ୱର: ଧିରେ ଧିରେ ରାଜ୍ୟରେ ଅନୁଭୂତ ହେଲାଣି ଶିତ । ଏବେ ଠାରୁ ସବୁଠୁ ଥଣ୍ଡା ସହର ଭାବେ ଜି . ଉଦୟଗିରି ରହିଛି । ତେବେ ସେଠାରେ ୧୦ ଡିଗ୍ରୀ ତଳକୁ ତାପମାତ୍ରା ରହିଛି । ତେଣୁ ରାଜ୍ୟର ସବୁଠରୁ ଥଣ୍ଡାର ସହର ଭାବରେ ଜି. ଉଦୟଗିରି ରହିଛି । ସେହିପରି କୋରାପୁଟ ରେ ୧୧.୫ଡିଗ୍ରି ରୋକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡିରେ ୧୨.୫, ଅନୁଗୁଳ ୧୪.୬, କେନ୍ଦୁଝର ୧୪.୮ , ଭବାନୀପାଟଣା ୧୫ ଡିଗ୍ରୀ ରେକର୍ଟ କରାଯାଇଛି । ସେହିପରି ଟ୍ୱିନ ସିଟିରେ ୨୦ ଡିଗ୍ରୀ ତଳକୁ ଖସିଛି ପାରଦ ।