ରାତି ଅଧରେ ଛାତ୍ରୀଙ୍କୁ ଅସଦାଚରଣ କରୁଥିଲେ ଶିକ୍ଷକ; ଥାନାରେ ଏତଲା

କାଲିମେଳା: ଗୁରୁ ଶିଷ୍ୟଙ୍କ ସମ୍ପର୍କରେ ଲାଗିଲା କଳଙ୍କ । ରାତି ଅଧରେ ଛାତ୍ରୀଙ୍କୁ ଅସଦାଚରଣ କଲେ ଶିକ୍ଷକ । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କନ୍ୟାଶ୍ରମର ସରକାରୀ ବାଳିକା ଉଚ୍ଚ ବଦ୍ୟାଳୟ ଛାତ୍ରୀନିବାସରୁ । ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗଣିତ ଶିକ୍ଷକ ଦିପକ ନାୟକ ଅଟକ । ତେବେ ପୀଡିତା ଛାତ୍ରୀଙ୍କ ପରିବାର ପକ୍ଷରୁ ଆଜି କାଲିମେଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଉକ୍ତ ଶିକ୍ଷକକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବାର ଜଣାପଡ଼ିଛି।