ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମୟର ଲିଗକୁ ଫେରିଛି ସୁପର ଜିଆଣ୍ଟସ । ଚଳିତବର୍ଷ ନୂଆ କରି ସାମିଲ ହୋଇଛି ଦୁଇ ଦଳ ଲକ୍ଷେ୍ନø ଏବଂ ଅହମ୍ମଦାବାଦ । ଏମାନଙ୍କ ମଧ୍ୟରୁ ଲକ୍ଷେ୍ନø ନିଜ ନାମରେ ସୁପର ଜିଆଣ୍ଟସକୁ ସ୍ଥାନ ଦେଇଛି । ଦଳ ଆନୁଷ୍ଠାନିକ ଭାବେ ନିଜର ନାମ ଘୋଷଣା କରିଛି । ଏଥର କେ.ଏଲ ରାହୁଲଙ୍କ ନେତୃତ୍ୱରେ ଦେଖିବାକୁ ମିଳିବ ‘ଲକ୍ଷେ୍ନø ସୁପର ଜିଆଣ୍ଟସ’ ।
୍ଣସାଶଲ ମିଡିଆରେ ଫ୍ରାଞ୍ଚାଇଜି ନିଜ ପ୍ରଶଂସକମାନଙ୍କୁ ନାମ ଦେବା ପାଇଁ ଅପିଲ କରିଥିଲା । ଏହାପରେ ଦଳ ଘେଷଣା କରିଛି ନିଜ ନାଁ । ମାଲିକ ଡକ୍ଟର ସଞ୍ଜୀବ ଗୋଏନ୍କା ଏକ ଭିଡିଓ ବାର୍ତ୍ତାରେ ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେଇଥିଲେ । ଲକ୍ଷାଧିକ ଲୋକେ ନୂତନ ନାମକୁ ନେଇ ନଜନିଜ ପ୍ରସ୍ତାବ ରଖିଥିଲେ । ଏହି ଆଧାରରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଚୟନ କରାଯାଇଛି।
And here it is,
Our identity,
Our name…. 🤩🙌#NaamBanaoNaamKamao #LucknowSuperGiants @BCCI @IPL @GautamGambhir @klrahul11 pic.twitter.com/OVQaw39l3A— Lucknow Super Giants (@LucknowIPL) January 24, 2022
ପୂର୍ବରୁ ଧୋନୀଙ୍କ ଦଳ ଚେନ୍ନାଇ ଦୁଇ ବର୍ଷ ପାଇଁ ବ୍ୟାନ ହୋଇଥିବା ସମୟରେ ୨୦୧୬-୧୭ରେ ଆଇପିଏଲ ସହ ଯୋଡି ହୋଇଥିଲା ରାଇଜିଙ୍ଗ ପୁଣେ ସୁପର ଜିଆଣ୍ଟସ । ଯାହାର ନେତୃତ୍ୱ ନେଇଥିଲେ କ୍ୟାପ୍ଟେନ କୁଲ ମହେନ୍ଦ୍ର ସିଂହ ଧୋନୀ । ତେବେ ପୁଣେର ସେହି ନାମକୁ ଆଧାର କରି ଲକ୍ଷେ୍ନø ନିଜ ନାମ ଘୋଷଣା କରିଛି ।