ଭୁବନେଶ୍ୱର : ଆଇପିଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ କଲେ ରାଜ୍ୟ ସରକାର। ପଦୋନ୍ନତି ପାଇ ଅଖିଳେଶ ସିଂହ ହେଲେ ଏସ୍ଏପି ଡିଆଇଜି।ପୂର୍ବରୁ ଜଗତସିଂହପୁର ଏସ୍ପି ଥିବା ବେଳେ ପଦୋନ୍ନତି ହୋଇଛି ଡିଆଇଜିକୁ । ବ୍ରିଜେଶ କୁମାର ରାୟ ହେଲେ ଅନୁଗୁଳ ରେଂଜ ଡିଆଇଜି। ଏନେଇ ଗୃହ ବିଭାଗ ପକ୍ଷରୁ ସୂଚନା। ସେହିପରି ଚରଣ ସିଂ ମିନା ଭଦ୍ରକର ଏସ୍ପି ଥିବା ବେଳେ ଅଗ୍ନିଶମ ଓ ଗୃହରକ୍ଷୀ ବିଭାଗର ଡ଼ିଆଇଜି ଭାବେ ପଦୋନ୍ନତି ,ସୁଧାଂଶୁ ଶେଖର ମିଶ୍ର ପୂର୍ବରୁ ବାଲେଶ୍ୱର ର ଏସ୍ପି ଥିଲେ ଏବେ ହେଲେ ଅନୁଗୁଳ ଏସ୍ପି ଭାବେ ବଦଳି ହୋଇଛନ୍ତି | ଶ୍ରୀ ରାହୁଲ ପି ଆର ଯାଜପୁରର ଏସ୍ପି ଥିବାବେଳେ ଏବେ ସେ ଜଗସିଂହପୁର ଏସ୍ପି ଭାବେ ଦାଇତ୍ୱ ନେଇଛନ୍ତି | ସେହିପରି ଜଗମୋହନ ମିନା ଅନୁଗୁଳର ଏସ୍ପି ଥିବା ବେଳେ ଗଂଜାମ ର ଏସ୍ପି ଭାବେ ବଦଳି ହୋଇଛନ୍ତି |
ଏଲ ଦିବ୍ୟ ଢେଂକଙ୍କାଳର ଏସ୍ପି ଥିବା ବେଳେ ଭିଜିଲାନ୍ସ ବିଭାଗର ଏସ୍ପି ଭାବେ ବଦଳି ହୋଇଛନ୍ତି | ପ୍ରତ୍ୟୁଷା ଦିବାକର ନୂଆପଡା ର ଏସ୍ପି ଥିବା ବେଳେ ବର୍ତମାନ ସୁନ୍ଦରଗଡ଼ ର ଏସ୍ପି ପାଇଁ ବଦଳି ହୋଇଛନ୍ତି | ବିନୀତ ଅଗ୍ରୱାଲ କନ୍ଧମାଳର ଏସ୍ପି ଥିବା ବେଳେ ଯାଜପୁରକୁ ବଦଳି ହୋଇଛନ୍ତି | ବରୁଣ ଗୁଣ୍ତୁପାଲି କୋରାପୁଟର ଏସ୍ପି ଥିବା ବେଳେ ଭଦ୍ରକ ର ଏସ୍ପି ଭାବେ ନିଯୁକ୍ତି ହେଲେ | ସାଗରିକ ନାଥ ସୁନ୍ଦରଗଡ଼ର ଏସ୍ପି ଥିବା ବେଳେ ବାଲେଶ୍ୱରର ଏସ୍ପି ଭାବେ ନିଯୁକ୍ତି ହୋଇଛନ୍ତି | ଗୁଣ୍ଡଳ ରେଡି ବାଲିଗୁଡ଼ାର ଏସ୍ଡିପିଓ ଥିବା ବେଳେ ବର୍ତମାନ ନୂଆପଡାର ଏସ୍ପି ଭାବେ ନିଯୁକ୍ତି ହୋଇଛନ୍ତି | ସୁଭେନ୍ଦୁପତ୍ର ମାଲକାନଗିରିର ଏସ୍ଡିପିଓ ଥିବା ବେଳେ ବର୍ତମାନ କନ୍ଧମାଳର ଏସ୍ପି ଭାବେ ନିଯୁକ୍ତି ହୋଇଛନ୍ତି | ଅଭିନବ ସୋନକର ଟଁଝିଲେ କେସିଙ୍ଗାରା ଏସ୍ଡିପିଓ ଏବେ ତାଙ୍କୁ କୋରାପୁଟ ଏସ୍ପି ଭାବେ ନିଯୁକ୍ତି କରାଯାଇଛି | ଜ୍ଞାନ ରଞ୍ଜନ ମହାପାତ୍ର ପୂର୍ବରୁ ଥିଲେ ଓପିଏସ ସ୍ତରରେ ଅଧିକାରିଥିବା ବେଳେ ଵାର୍ତାମ୍ନା ଢେଙ୍କାନାଳ ଏସ୍ପି ଭାବରେ ନିଯୁକ୍ତି ହୋଇଛନ୍ତି |