ମଣିପୁର : ମଣିପୁର କୁ ୬ମାସ ପାଇଁ ‘ ଅଶାନ୍ତ ଅଞ୍ଚଳ’ ଘୋଷଣା କଲେ ସ୍ଥାନିୟ ସରକାର । ରାଜ୍ୟରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ମଣିପୁର ସରକାର ସଶସ୍ତ୍ର ବଳ କ୍ଷମତା ଆଇନ ଅନୁଯାୟୀ ସମଗ୍ର ରାଜ୍ୟକୁ ‘ ଅଶାନ୍ତ ଅଞ୍ଚଳ ଘୋଷଣା କରିଛନ୍ତି । କିନ୍ତୁ ରାଜଧାନୀ ଇମ୍ପାଲସମେତ ୧୯ଟି ଥାନା ଅଧିନରେ ଥିବା ଅଞ୍ଚଳକୁ ବାଦ ଦିଆଯାଇଛି । ସେହି ଅଞ୍ଚଳ ଗୁଡିକ ହେଉଛି ଇମ୍ଫାଲ, ଲ୍ୟାମ୍ଫେଲ, ସିଟି, ସିଙ୍ଗଜାମାଇ, ସେକମାଇ, ଲାମସାଙ୍ଗ, ପାଟସୋଇ, ୱାଙ୍ଗୋଇ, ପୋରୋମ୍ପାଟ, ହେଙ୍ଗାଙ୍ଗ, ଲାମଲାଇ, ଇରିଲବଙ୍ଗ, ଲେଇମାଖୋଙ୍ଗ, ଥୋଉବାଲ, ବିଷ୍ଣୁପୁର, ନାମ୍ବୋଲ, ମୋଇରଙ୍ଗ, କାକଚିଙ୍ଗ ଏବଂ ଜିରିବାମକୁ ବାଦ୍ ଦିଆଯାଇଛି ।
ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ମଣିପୁରରେ ହିଂସା ଥମିଥିବା ବେଳେ ନିଖୋଜ ଛାତ୍ରଛାତ୍ରୀଙ୍କୁ ହତ୍ୟା କରାଯାଇଥିବାର ଫଟୋ ଭାଇରାଲ ହେବାରୁ ମଣିପୁରରେ ପୁଣି ଥରେ ବିବାଦ ଆରମ୍ଭ ହୋଇଛି। ଇଣ୍ଟରନେଟ ସେବା ବନ୍ଦ କରାଯିବା ସହ ବିଦ୍ୟାଳୟ ବି ବନ୍ଦ ରହିଛି। ଗତ ଜୁଲାଇ ୬ ତାରିଖରୁ ନିଖୋଜ ଥିବା ମଣିପୁରର ଦୁଇ ଛାତ୍ରଛାତ୍ରୀଙ୍କ ଫଟୋ ସେପ୍ଟେମ୍ବର ୨୫ରେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଉଭୟଙ୍କ ହତ୍ୟା ପୂର୍ବର ଏବଂ ହତ୍ୟା ପରର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ।