ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟର ବୈଠକ

ଭୁବନେଶ୍ୱର: ଆଜି ଶପଥ ନେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ସନ୍ଧ୍ୟା ୫ଟାରେ ଶପଥ ଗ୍ରହଣ ସମାରୋହରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ମୋହନ ମାଝୀ । ଏହା ପରେ ପ୍ରଥମ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଏହା ପ୍ରଥମ କ୍ୟାବିନେଟ ବୈଠକ ହେବ। ଏହି ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଉପରେ ମୋହର ବାଜିପାରେ ବୋଲି କୁହାଯାଉଛି।