ଗୃହ ସୁପରିଚାଳନା ନେଇ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ଅପରାହ୍ନ ଅଧିବେଶନରେ ବି ସମାନ ସ୍ଥିତି । ନବ ଦାସ ଙ୍କ ହତ୍ୟାକାଣ୍ଡ ନେଇ ମୁଖ୍ୟମନ୍ତ୍ରୀ ଇସ୍ତଫା ଦାବି କରୁଛନ୍ତି ବିରୋଧୀ । ବାଚସ୍ପତିଙ୍କ ରୁଲିଂ ଦାବି । ଗୃହ ସୁପରିଚାଳନା ନେଇ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ। ଏଣୁ 20 ମିନିଟ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ପୂର୍ବ ଦିନମାନଙ୍କ ଭଳି ଆଜି ଦେଖାଗଲା ସମାନ ସ୍ଥିତି | ଆଜି ସକାଳେ ଗୃହ ଆରମ୍ଭରୁ ହିଁ ଦେଖାଦେଇଥିଲା ହଟଗୋଳ | ବିରୋଧୀ ଦଳ ନେତା ମାନେ ନବଡ଼ସ ହତ୍ୟା ପ୍ରସଙ୍ଗ ଉଠାଇ କରିଥିଲେ ହଟ୍ଟଗୋଳ | ଏଣୁ 11.30 ଯାଏ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି | ତାହା ପରେ ମଧ୍ୟ ଦେଖାଦେଇଥିଲା ସମାନ ସ୍ଥିତି |