ଗୃହ ଆରମ୍ଭରୁ ବିଜେଡିର ଗର୍ଜନ, ଅପରାହ୍ନ 4ଟା ଯାଏଁ ଗୃହ ମୁଲତବି କଲେ ବାଚସ୍ପତି

ଦ୍ବିତୀୟ ଦିନରେ ଚାଲିପାରିଲାନି ଗୃହ । ଆଜି ବିଧାନସଭା ମୌ ସୁମୀ ଅଧିବାସନର ଦ୍ବିତୀୟ ଦିନ । ଗୃହ ଆରମ୍ଭରୁ ବିଜେଡିର ବିଧାୟକମାନେ ସାର କଳାବଜାରୀକୁ ନେଇ ଗୃହରେ ହଙ୍ଗାମା କରିଥିଲେ । ହାତରେ ପ୍ଲାକାର୍ଡ, ବ୍ୟାନର ଧରି ପୋଡିୟମ୍ ତଳେ ହୋହଲ୍ଲା କରିଥିଲେ । ଯାହାପରେ ବାଚସ୍ପତି ସୁରମା ପାଢୀ ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି । ତେବେ ଗତକାଲି କଂଗ୍ରେସର ହାଇଡ୍ରାମା ପରେ ଆଜି ବିଧାନସଭାରେ ଗର୍ଜିଛି ବିଜେଡି । ପ୍ରଶ୍ନକାଳ ମଧ୍ୟ ଠିକ୍ ଭାବେ ଚାଲିପାରିନି । ଦ୍ୱିତୀୟ ଦିନରେ କେବଳ ୪ ମିନିଟ୍ ଚାଲିପାରିଛି ବିଧାନସଭା ।

ଅନ୍ୟୁପଟେ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ କହିବା କଥା , ପ୍ରଶ୍ନକାଳ ବାତିଲ କରି ସାର ସମସ୍ୟା ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି ବିଜେଡ଼ି କରିଛି । ଆବଶ୍ୟକୀୟ ସାର ମିଳୁନଥିବାରୁ ଚାଷୀ ମାନେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଛନ୍ତି । ରାଜ୍ୟରେ ଚାଷୀଙ୍କ ସଂଖ୍ୟା ୬୦ ଭାଗ, ତେଣୁ ଚାଷୀଙ୍କ ସମସ୍ୟା ବାବଦରେ ଆଲୋଚନା ପାଇଁ ଆମେ ଦାବି କରିଥିଲୁ । କିନ୍ତୁ ବାଚସ୍ପତି ଅନ୍ୟ କାର୍ୟ୍ୟକ୍ରମ ଆରମ୍ଭ କଲେ । କଂଗ୍ରେସ ସାର ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଦେଇଥିଲା ଆଲୋଚନା ହୋଇପାରିଥାନ୍ତା, ପ୍ରଶ୍ନରେ ବିଜେଡ଼ି କହିଲା ୧୫ ମିନିଟ କଣ ଆଲୋଚନା ହୋଇପାରିବ କି ? ତେଣୁ ଆସନ୍ତାକାଲି ଠାରୁ ଯଦି ପ୍ରଶ୍ନକାଳ ବାତିଲ କରି ଆଲୋଚନା କରାନଯାଏ ତାହେଲେ ଗୃହ ଚଳାଇ ଦେବନାହିଁ ବୋଲି ବିଜେଡ଼ିର ଚେତାବନୀ ।