ପବିତ୍ର ଜନ୍ମାଷ୍ଟମୀ ନୀତି ନିଆରା ଢଙ୍ଗରେ ପାଳିତ ହୋଇଥାଏ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପରିସରରେ। ଶୁକ୍ରଵାର ଭୋର ୪ଟା୩୦ରେ ମନ୍ଦିର ଦ୍ବାରଫିଟା ନୀତି ସରିବା ପରେ ମଙ୍ଗଳ ଆଳତି, ମହାସ୍ନାନ, ଘର୍ଷଣଲାଗି ନୀତି ସମ୍ପନ୍ନ ହେବା ପରେ ଜନ୍ମାଷ୍ଟମୀ ନୀତି ନିମନ୍ତେ ଶ୍ରୀକୃର୍ଷ୍ଣଙ୍କ ମଣ୍ଡପରେ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା ପୂଜାର୍ଚ୍ଚନା। ପରେ ଉପବାସଧାରୀ ଭକ୍ତମାନେ ଭୋଗଡାଲା ଲାଗି କରିବା ସହିତ ପୂଜା ଲାଗି କରିଥିଲେ। ସଂଧ୍ଯାରେ ଏକ ଖଣ୍ଡିକିଆ ହରିବଂଶ ମହାପୁରାଣ ପଠନ କରାଯିବା ସହିତ ମଧ୍ଯରାତ୍ରରେ ଘଣ୍ଟାକିର୍ତ୍ତନ ସହ ଭଗବାନ କୃଷ୍ଣଙ୍କୁ ଏକ ରୌପ୍ଯ ବିମାନରେ ସେବାୟତମାନେ ମଣିବାବାଙ୍କ ମନ୍ଦିରକୁ ଆଣିବା ପରେ ସେଠାରେ ଲୁଚି ରହିଥିବା ଉଗ୍ରେସନ ଭଗବାନଙ୍କୁ ବାଟ ଓଗାଳିବା ନିଆରା ଦୃଶ୍ଯ ରହିଥାଏ, ଯାହାକୁ ଦେଖିବା ପାଇଁ ବହୁ ଭକ୍ତଙ୍କ ଜନସମାଗମ ହୋଇଥାଏ ମଣିବାବାଙ୍କ ମନ୍ଦିର ପରିସରରେ।