(ସତ୍ୟନାରାୟଣ ପାଲ / ରାଇରଙ୍ଗପୁର): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ଥିବା ଏକ ଫ୍ରେଣ୍ଡସ କର୍ଣ୍ଣର ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।
ମିଳିଥିବା ସୂଚନା ଅନୁଯାୟୀ, ବିଳମ୍ବିତ ରାତି ପ୍ରାୟ ୩ଟାରେ କୌଣସି କାରଣରୁ ଦୋକାନରେ ନିଆଁ ଲାଗି ଯାଇଥିଲା। ଖବର ପାଇ ୩ଟି ଅଗ୍ନିଶମ ବାହିନୀ କର୍ମଚାରୀ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଛି । ଅଗ୍ନିକାଣ୍ଡ ରେ କେହିବି ମୃତାହତ ହୋଇନଥିବା ବେଳେ କୋଟି କୋଟି ଟଙ୍କାର ଜିନିଷ ଜଳିପଡି ଭସ୍ମୀଭୂତ ହୋଇଯାଇଛି। ଖବର ପାଇ ମୟୁରଭଞ୍ଜ ଜିଲ୍ଲା ଏସ୍ପି ଉପଜିଲ୍ଲାପାଳ, ରାଇରଙ୍ଗପୁର ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।