ଭୁବନେଶ୍ୱର : ଜୈବିକ ଖାଦ୍ୟ ପଦାର୍ଥ ର ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସ୍ୱତନ୍ତ୍ର ପ୍ରିମିୟମ୍ । ଜୈବିକ ଖାଦ୍ୟ ବ୍ରାଣ୍ଡ୍ ‘ଅର୍ଗାନେଲ୍ ଫାର୍ମସ୍’ ସୂର୍ଯ୍ୟ ନଗରରେ ଏହାର ଦ୍ୱିତୀୟ ଷ୍ଟୋର୍ ଉଦ୍ଘାଟନ କରିଛି । ପ୍ରଖ୍ୟାତ ଉଦ୍ୟୋଗୀ ପୁଣମ୍ ମହାପାତ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ବ୍ରାଣ୍ଡ୍ ଚାଷ ପ୍ରଣାଳୀରେ ରାସାୟନିକ ସାର ବ୍ୟବହାର କରାନିନାହିଁ । ଏହି ଷ୍ଟୋରକୁ ଓଲିଉଡ୍ ଅଭିନେତ୍ରୀ ଏଲିନା ସାମନ୍ତରାୟ ଉଦ୍ଘାଟନ କରିଥିଲେ ।‘ଅର୍ଗାନେଲ୍ ଫାର୍ମସ୍’ ଗ୍ରାହକମାନଙ୍କୁ ସ୍ଥାନୀୟ ଜୈବିକ ଖାଦ୍ୟ ଉତ୍ପାଦନ ସହିତ ପୁନଃ ଜଡିତ କରିବାର ଲକ୍ଷ୍ୟ ରଖିଛି । ବ୍ରାଣ୍ଡ, ଡାଲି, ମହୁ, ଘିଅ, ବାଦାମ,ରନ୍ଧନ ତେଲ,ମସଲା,ଫଳ ଏବଂ ପନି ରିବା ରଖିଛି ।
ମୁଖ୍ୟ ଅତିଥି ଏଲିନା ସାମନ୍ତରାୟ ଉଦ୍ଘାଟନ ସମାରୋହରେ ଯୋଗ ଦେଇ କହିଛନ୍ତି, ମୁ ସୂର୍ଯ୍ୟ ନଗରରେ ‘ଅର୍ଗାନେଲ୍ ଫାର୍ମସ୍’ର ନୂତନ ଷ୍ଟୋର୍ ଉଦ୍ଘାଟନ କରି, ସ୍ଥାନୀୟ ଜୈବିକ ଖାଦ୍ୟ ପାଇଁ ଅନ୍ରୁାଣିତ ହେଉଛି । ପୁଣମ୍ ମହାପାତ୍ରଙ୍କ ଏହି ପଦକ୍ଷେପ ଆମର ସୁସ୍ଥତା ପାଇଁ ସଠିକ୍ ଖାଦ୍ୟ ପଦାର୍ଥର ପସନ୍ଦ ଉପରେ ସକରାତ୍ମକ ପ୍ରଭାବର ଏକ ପ୍ରମାଣ । ଏକତ୍ର ଆସନ୍ତୁ ‘ଅର୍ଗାନେଲ୍ ଫାର୍ମସ୍’ର ପୃଷ୍ଟିକର ଖାଦ୍ୟ ପ୍ରଦାର୍ଥ ମାଧ୍ୟମରେ ଏକ ସୁସ୍ଥ ଭବିଷ୍ୟତକୁ ଗ୍ରହଣ କରିବା ।‛
ପ୍ରତିଷ୍ଠାତା ପୁନମ୍ ମହାପାତ୍ର ତାଙ୍କ ଦୃଷ୍ଟିକୋଣ ଏବଂ ଆଗାମୀ ଯୋଜନାଗୁଡିକ ବିଷୟରେ କହିଛନ୍ତି, ଅର୍ଗାନିକ ଫାର୍ମସ୍ ସହିତ ଆମେ ଜୈବ ଖାଦ୍ୟ ଏବଂ ସ୍ଥାୟୀ ଜୀବନଜାପନକୁ ସମାଜରେ ପୁନଃ ପରିଚିତ କରିବାକୁ ଇଚ୍ଛା କରୁଛୁ । ଆମର ଲକ୍ଷ୍ୟ ହେଉଛି ସୁସ୍ଥ ଏବଂ ଦୀର୍ଘ ଜୀବନ ପାଇଁ ଜୈବିକ ଖାଦ୍ୟର ଅନେକ ଉପକାର ବିଷୟରେ ସଚେତନତା ସୃଷ୍ଟି କରିବା । ଏହା ଆମର ଦ୍ୱିତୀୟ ଷ୍ଟୋର୍ ଏବଂ ଭୁବନେଶ୍ୱର ବାସିନ୍ଦାଙ୍କୁ ସ୍ଥାନୀୟ ଜୈବିକ ଖାଦ୍ୟ ବିକଳ୍ପ ଯୋଗାଇଦେବା ପାଇଁ ଆମର ଏହି ଯାତ୍ରା ଜାରି ରଖିବାରେ ଆମେ ଆନନ୍ଦିତ ।‛ବ୍ରାଣ୍ଡ୍ ନିଜର ଆଉଟ୍ଲେଟ୍ ଆପାର୍ଟମେରୁ ଆରମ୍ଭ କରି ଭୁବନେଶ୍ୱରର ଅଧିକ ସ୍ଥାନକୁ ବିସ୍ତାର କରି ସମଗ୍ର ଓଡ଼ିଶାରେ ନିଜର ଉପସ୍ଥିତି ପ୍ରତିଷ୍ଠା କରିଛି । ସୂର୍ଯ୍ୟ ନଗର ସ୍ଥିତ ଷ୍ଟୋର୍ ର ଆରମ୍ଭ ‘ଅର୍ଗାନେଲ୍ ଫାର୍ମସ୍’ ପାଇଁ ଏକ ମହତ୍ୱ ପୂର୍ଣ୍ଣ ମାଇଲଖୁଣ୍ଟ ଅଟେ ଏବଂ ଭୁବନେଶ୍ୱର ବାସିନ୍ଦାମାନଙ୍କୁ ଜୈବିକ, ସ୍ଥାନୀୟ ର୍ସୋଡ୍ ଏବଂ ନିରନ୍ତର ଖାଦ୍ୟ ବିକଳ୍ପ ଯୋଗାଇବାରେ ଏହାର ଉତ୍ସର୍ଗୀକୃତତାକୁ ଦୃଢ କରିଥାଏ ।