ଦୀପକ ମିଶ୍ର /ଉଦଳା: ମଝି ରାସ୍ତାରେ ଜଳିଗଲା ସ୍କୁଟି। କାଠୁଆବେଡ଼ା ଗ୍ରାମରୁ ଏକ ସ୍କୁଟିରେ ମାଆ ଓ ଝିଅ ଉଦଳା ଆସୁଥିବା ବେଳେ ଜଲିଗଲା ସ୍କୁଟି। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା କାଠୁଆବେଡ଼ା ଗ୍ରାମ ରାସ୍ତାରେ ଆଜି ଅପରାହ୍ନରେ ଘଟିଛି ଘଟଣା।ଅଳ୍ପକେ ରକ୍ଷା ପାଇଲେ ମାଆ ଓ ତିନି ବର୍ଷର ଝିଅ। ଦୁଗ୍ଧା ପଞ୍ଚାୟତରେ ମିଶନ ଶକ୍ତିର ସଭାପତି ଝରଣା ବେଶ୍ରା ନିଜ ଝିଅ ଝିଅକୁ ନେଇ ଉଦଳା ଆସୁଥିବା ବେଳେ ଘଟିଛି ଅଘଟଣ। ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ନିଁଆକୁ ଆୟତ୍ତ କରିଥିଲେ ମଧ୍ୟ ସ୍କୁଟିଟି ସମ୍ପୂର୍ଣ୍ଣ ଜଳି ଯାଇଛି। ତେବେ ଉକ୍ତ ମହିଳା ମିଶନ ଶକ୍ତିରେ କାମ କରୁଥିବା ବେଳେ ଦେଢ଼ ମାସ ହେବ ମିଶନ ଶକ୍ତି ଯୋଜନାରେ ଏହି ସ୍କୁଟି ଆଣିଥିବା କହିଛନ୍ତି।