ରାଇରଙ୍ଗପୁର/ସତ୍ୟରଞ୍ଜନ ପଲ: ସ୍କୁଟି ବାଇକ୍ ମୁହାଁମୁହିଁ ଧକ୍କା ଜରେ ମୃତ । ଏ ଭଳି ଅଭାବନୀୟ ଘଟଣା ଘଟିଛି ରାଇରଙ୍ଗପୁର ଟାଉନ ଥାନା ଗଢ ଅଂଚଳରେ । ମୃତକ ଜଣକ ହେଲେ ଅଜୟ ପୃଥଳ ।ଅନ୍ୟ ଜଣ ଗୁରୁତର ଥିବାରୁ ତାଙ୍କର ପରିଚୟ ମିଳିନାହିଁ । ସୂଚନା ଅନୁଯାୟୀ, ଅଜୟ ତାଙ୍କ ସ୍କୁଟିରେ ଘରକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଦୃତ ଗତିରେ ଆସି ସ୍କୁଟିକୁ ଧକ୍କା ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ଅଜୟ ପଡି ଓ ପଲସର ଚାଳକ ସେଠାରୁ ପଡିଯାଇଥିଲେ ।

ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଂଚି ପୋଲିସକୁ ଖବର ଦେଇଥିଲେ ଏବଂ ପୋଲିସ ଘଟଣା ସ୍ଥଳରେ ପହଂଚି ଅଜୟକୁ ଓ ବାଇକ୍ ଚାଳକକୁ ରାଇରଙ୍ଗ ମେଡିକାଲି ରେ ଭର୍ତ୍ତି କରିଥିଲେ । ଅଜୟଙ୍କ ଗୁରୁତର ଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏବଂ ବାଇକ୍ ଚାଳକ ଗୁରୁତର ଅବସ୍ଥାରେ ମେହିକାଲରେ ଚିକିତ୍ସା ହେଉଛନ୍ତି । ପୋଲିସ ଦୁର୍ଘଟଣାଗ୍ରସ୍ତ ଉଭୟ ଯାନକୁ ଜବତ କରି ମାମଲା ରୁକୁ କରିଛି ।