ସୁବର୍ଣ୍ଣପୁର/ଓମପ୍ରକାଶ ମିଶ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତର ଦାଦରପାଲି ଗ୍ରାମରେ ଚାଲିଥିବା ସଞ୍ଜୟ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଖଇରମାଲକୁ ହରେଇ ଖୁଣ୍ଟଲାପାଲି ଦଳ ଚମ୍ପିଆନ ହୋଇଛି । ପ୍ରଥମ ଫର୍ମାଟରେ ଖୁଣ୍ଟଲାପାଲି ଦଳ ନିଦ୍ଧାରିତ ୧୨ ଓଭରରେ ସମସ୍ତ ୱିକେଟ ହରେଇ ୯୫ ରନ କରିଥିଲା । ଯବାବରେ ଖଇରମାଲ ଦଳ ୮.୩ ଓଭରରେ ସମସ୍ତ ୱିକେଟ ହରେଇ ୫୧ ରନ କରିଥିଲା । ଦ୍ଵିତୀୟ ଫର୍ମାଟରେ ଖୁଣ୍ଟଲାପାଲି ନିଦ୍ଧାରିତ ୬ ଓଭରରେ ୩ ୱିକେଟ ହରେଇ ୫୨ ରନ କରିଥିଲା । ଯବାବରେ ଖଇରମାଲ ଦଳ ୬ ୱିକେଟ ହରେଇ ୩୫ ରନ କରି ପରାସ୍ତ ହୋଇଥିଲା । ଉଭୟ ଫର୍ମାଟରେ ବିଜୟୀ ଖୁଣ୍ଟଲାପାଲି ଦଳ ଚମ୍ପିଆନ ହୋଇଥିଲା । ଉଦଯାପନୀ ଉତ୍ସବରେ ସରପଞ୍ଚ ରଞ୍ଜିତ କ୍ଷେତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବହଳପଦର ସେବା ସମବାୟ ସମିତିର ସମ୍ପାଦକ ପ୍ରଫୁଲ୍ଲ ଦନ୍ତା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତାଙ୍କୁ ପୁରସ୍କୃତ କରିଥିଲେ । ସମରେନ୍ଦ୍ର ମେଣ୍ଡିଲିଙ୍କୁ ମ୍ୟାନ ଅଫ ଦି ମ୍ୟାଚ, କହ୍ନେଇ ପାତ୍ରଙ୍କୁ ମ୍ୟାନ ଅଫ ଦି ସିରିଜ ଭାବେ ପୁରସ୍କୃତ କରାଯାଇଥିଲା । ବିଜୟ ପଧାନ, କାଳିଆ କଲତା ଖେଳ ପରିଚାଳନା କରିଥିଲେ । ବାମଦେବ ମେଣ୍ଡିଲି ସ୍କୋରର ଦାୟିତ୍ଵ ନିର୍ବାହ କରିଥିବା ବେଳେ ସନତ ମହାକୁର ଓ ବିହାରୀ ମହାକୁର ଧାରାବିବରଣୀ ପ୍ରଦାନ କରିଥିଲେ ।