ଭୁବନେଶ୍ୱର: ଘରେ ପଶି ଶ୍ୱଶୁର ଓ ବୋହୂଙ୍କୁ ହାଣିଲେ ଦୁର୍ବୃତ୍ତ ।ଗୋଟିଏ ପରିବାରର ଦୁଇଜଣଙ୍କୁ ମରଣାନ୍ତକ ଆକ୍ରମଣ ପରେ ଗାଁ ହୋଇପଡିଛି ଅଶାନ୍ତ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପଦ୍ମକେଶରୀପୁରରେ ବୋମାମାଡ । ବୋମାମାଡରେ ଗୋଟିଏ ପରିବାରର ୨ ଜଣ ଆହତ ହେଇଛନ୍ତି । ସୁଧ କାରବାରକୁ ନେଇ ବୋମାମାଡ ହୋଇଥିବା ସୂଚନା ମିଳିଛି । ବୋମାମାଡ ପରେ ଗାଁରେ ଉତ୍ତେଜନା ଲାଗି ରହିଛି ପରିସ୍ଥିତିକୁ ରଖି ଗାଁରେ ପୋଲିସ ସୁତୟନ ହୋଇଛନ୍ତି ।
ସୂଚନା ଅନୁଯାୟୀ , ସୁଧ ଟଙ୍କା ଆଦାୟକୁ ନେଇ ଏଭଳି ଗାଁ ଅଶାନ୍ତ ହୋଇଥିବା ଅଭିଯୋଗ ହୋଇଛି । ଘରେ ପଶି ଶ୍ୱଶୁର ସନାତନ ଦାସ ଏବଂ ବୋହୁ ନିରୁପମା ଦାସଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି । ଯେଉଁଥିରେ ଉଭୟ ଗୁରୁତର ହୋଇଛନ୍ତି । ଏପରିକି ଶ୍ୱଶୁର ବୋହୁ ଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ଉଭୟଙ୍କ ଚିକିତ୍ସା ଜାରି ରହିଛି । ସେପଟେ ଗାଁରେ ଉତ୍ତେଜନପୂର୍ଣ୍ଣ ପରିସ୍ଥିତି ଦେଖାଯାଇଛି । ଏପରିକି ଗାଁରେ ଏବେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ଯାହାକି ଗାଁରେ ପଇଁତରା ମରୁଛନ୍ତି ।