ରାଜଧାନୀ -ରାଜଧାନୀରେ ଦିନ ଦ୍ୱିପ୍ରହରରେ ଅଭିନବ ଉପାୟରେ ଲୁଟ ।ନୂଆ ତରିକା ଆପଣଉଛନ୍ତି ଲୁଟେରା । କାର ଚାଳକକୁ ମୋବିଲ ଲିକ ହେଉଛି କହି ଗାଡିରୁ ଝାମ୍ପିନେଲେ ଭାନିଟି ବ୍ୟାଗ । ଲକ୍ଷ୍ମୀସାଗର ଥାନା କଳ୍ପନା ଛକରୁ ଏଭଳି ଢଙ୍ଗରେ ୩ହଜାର ଟଙ୍କା ସହ ସୁନା ଗହଣା ,ଦାମୀ ମୋବଇଲ ଓ କାଗଜପତ୍ର ଲୁଟିଛନ୍ତି ଦୁର୍ବୃତ୍ତ । ଜଣେ ଅଧ୍ୟାପିକା ତାଙ୍କ କାରରେ ରାଜମହଲରୁ କଳ୍ପନା ଆସୁଥିବା ବେଳେ କଳ୍ପନା ଟ୍ରାଫିକ ପୂର୍ବରୁ ଜଣେ ବ୍ୟକ୍ତି ଗାଡିର ମୋବିଲ ଲିକ ହେଉଥିବା ଡ୍ରାଇଭରକୁ ଇସାରାରେ କହିଥିଲେ।ଡ୍ରାଇଭର ଗାଡି ସାଇଡ କରି ଆଗକୁ ବନେଟ ଖୋଲି ଦେଖିଲା ବେଳେ ଗାଡ଼ିର ପଛ ସିଟ୍ରେ ବସିଥିବା ଅଧ୍ୟାପିକାଙ୍କ ଉପରକୁ କିଛି ସ୍ପ୍ରେ କରି ଭାନିଟି ବ୍ୟାଗ ନେଇ ଆଉ ଜଣେ ଚମ୍ପଟ ମାରିଥିଲା। ଏନେଇ ଅଧ୍ୟାପିକା ଜଣକ ପୋଲିସ କଣ୍ଟ୍ରୋଲରୁମ ଜରିଆରେ ପୋଲିସକୁ ଜଣାଇଥିଲେ ।ତେବେ ପୁର୍ବରୁ ଲଙ୍କାଗୁଣ୍ଡ ପକାଇ ଵା ଟଙ୍କା ପକାଇ ଏପରି ଲୁଟ ହେଉଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ଆଜିର ଏହି ଲୁଟଟି ଏକ ନୁଆ ଧରଣର ଟେକନିକରେ ଘଟିଥିବା ଦେଖିବାକୁ ମିଳିଛି ।