ପଡ଼ି ରହିଥିବା ଲୋକଙ୍କ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ରାଜସ୍ୱ ଆୟୁକ୍ତ ନିର୍ଦ୍ଦେଶ

ଜିଲ୍ଲାରେ ପଡିରହିଛି ଲୋକଙ୍କ ଅଭିଯୋଗ। ଏନେଇ ଦକ୍ଷିଣାଅଞ୍ଚଳର ୮ ଜିଲ୍ଲାକୁ ଚିଠି ଲେଖିଲେ ରାଜସ୍ୱ ଆୟୁକ୍ତ । ଲୋକଙ୍କ ଅଭିଯୋଗ ପଡିରହିଥିବାରୁ ସେସବୁର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୮ ଜିଲ୍ଲାରେ ୨୦୭ ଅଭିଯୋଗ ଦୀର୍ଘ ଦିନ ପଡ଼ି ରହିଛି । ଯାହାକୁ ନେଇ ରାଜସ୍ୱ ଆୟୁକ୍ତ ତୁରନ୍ତ ସମାଧାନ ପାଇଁ ଚିଠି ଲେଖିଛନ୍ତି । ଗଞ୍ଜାମ,ଗଜପତି,କନ୍ଧମାଳ,ରାୟଗଡା,ନବରଙ୍ଗପୁର, କଳାହାଣ୍ଡି,ମାଲକାନଗିରି ଓ କୋରାପୁଟ ଜିଲ୍ଲା ର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଯାଇଛି । ଅନେକ ଲୋକ ସେମାନଙ୍କର ଅଭିଯୋଗ ବିଷୟରେ ନିମ୍ନସ୍ବାକ୍ଷରକାରୀଙ୍କୁ ଭେଟିବାକୁ ଆସୁଛନ୍ତି । ଆଉ ସେମାନଙ୍କର ଅଭିଯୋଗ ପଡିରହିଥିବାରୁ ତୁରନ୍ତ ସମାଧାନ ପାଇଁ ଆୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି ।