ଶନିବାର ପ୍ରକାଶ ପାଇବ ମାଧ୍ୟମିକ ଶିକ୍ଷା ପରିଷଦ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ଓ ଷ୍ଟେଟ୍‌ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳ

କଟକ:- ଅଗଷ୍ଟ ୧୬ ତରିଖ ଶନିବାର ପ୍ରକାଶ ପାଇବ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ଦ୍ୱାରା ପରିଚାଳିତ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ଓ ଷ୍ଟେଟ୍‌ ଓପନ ସ୍କୁଲ ସାର୍ଟିଫିକେଟ(ଏସ୍‌ଓଏସ୍‌ସି) ପରୀକ୍ଷା ଫଳ। ମଧାହ୍ନ ୧୨ଟାରେ ଉକ୍ତ ପରୀକ୍ଷା ଫଳ ୱେବ୍‌ସାଇଟ୍‌ରେ ଉପଲବ୍‌ଧ ହେବ ବୋଲି ବୋର୍ଡ ସୂତ୍ରରୁ ପ୍ରକାଶ ପାଇଛି। ୨୦୨୫ ମାଟ୍ରିକ୍‌ ପରୀକ୍ଷାରେ ଅନୁପସ୍ଥିତ, ଫେଲ୍‌ ଏବଂ ଏମ୍‌ପି ହୋଇଥିବା ୩ ହଜାର ୪୮୭ ଜଣ ପରୀକ୍ଷାର୍ଥୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ପାଇଁ ଆବେଦନ କରିଥିଲେ। ଜୁଲାଇ ୧ ରେ ରାଜ୍ୟର ୯୮ଟି କେନ୍ଦ୍ରରେ ଉକ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।