ଆଜି ଆସିବ ଉପନିର୍ବାଚନର ଫଳାଫଳ

ନୂଆଦିଲ୍ଲୀ : ଆଜି ଆସିବ ଉପନିର୍ବାଚନ ରେଜଲ୍ଟ । ତିନୋଟି ଲୋକସଭା ଓ ୨୯ଟି ବିଧାନସଭାର ଭୋଟ ଗଣତି ଚାଲିଛି । ବିଭିନ୍ନ ରାଜ୍ୟରେ ହୋଇଥିବା ଉପନିର୍ବାଚନର ଫଳାଫଳ ଆଜି ଆସିବ । ଗତ ୩୦ ତାରିଖରେ ତିନି ଲୋକସଭା ଓ ୨୯ ଟି ବିଧାନସଭା ଆସନ ପାଇଁ ହୋଇଥିଲା ମତଦାନ । ଏ ସମସ୍ତ ଆସନ ପାଇଁ ଆଜି ହୋଇଛି ଭୋଟ ଗଣତି । ସକାଳ ୮ଟାରୁ ଆରମ୍ଭ ହୋଇଛି ଗଣତି । ତିନି ଲୋକସଭା ଆସନ ହେଉଛି ଦାଦ୍ରି ନଗର ହାବେଳି, ହିମାଚଳ ପ୍ରଦେଶର ମଣ୍ଡି ଓ ମଧ୍ୟ ପ୍ରଦେଶର ଖାଣ୍ଡଓ୍ବା । ସେହିଭଳି ଆସାମର ୫ଟି ବିଧାନସଭା ଆସନ ସହ ପଶ୍ଚିମବଙ୍ଗରେ ୪ଟି, ମଧ୍ୟ ପ୍ରଦେଶ, ହିମାଚଳ ପ୍ରଦେଶ ଓ ମେଘାଳୟର ତିନୋଟି ଲେଖାଏଁ ଆସନ, ବିହାର, କର୍ଣ୍ଣାଟକ ଓ ରାଜସ୍ଥାନରେ ଦୁଇଟି ଲେଖାଏଁ ଆସନରେ ହୋଇଛି ଭୋଟ ଗଣତି । ଏଥି ସହ ଆନ୍ଧ୍ର ପ୍ରଦେଶ, ହରିଆଣା, ମହାରାଷ୍ଟ୍ର, ମିଜୋରାମ, ନାଗାଲାଣ୍ଡ ଓ ତେଲେଙ୍ଗାନାର ଗୋଟିଏ ଲେଖାଏଁ ଆସନରେ ହୋଇଛି ଭୋଟ ଗଣତି ।
ବିହାରରେ ନିତିଶକୁମାରଙ୍କ ଜନତା ଦଳର ପାର୍ଥୀ ଆଗରେ ଥିବା ବେଳେ । ପଶ୍ଚମବଙ୍ଗରେ ତୃଣମୁଳ କେଗ୍ରେସ ଆଗରେ ଅଛି ।