ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାରକୁ ୫.୫ ପ୍ରତିଶତରେ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମଲୋହୋତ୍ରା ୪ ଅଗଷ୍ଟରୁ ଆରମ୍ଭ ହୋଇଥିବା ମୁଦ୍ରା ନୀତି କମିଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାରକୁ ୫.୫ ପ୍ରତିଶତରେ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି । କେନ୍ଦ୍ରୀୟ ବ୍ୟାଙ୍କ ଚଳିତ ବର୍ଷ ଫେବୃଆରୀ, ଏପ୍ରିଲ ଏବଂ ଜୁନରେ ମଧ୍ୟ ରେପୋ ହାର ହ୍ରାସ କରିଥିଲା । ଆର୍‌ବିଆଇ ଫେବୃଆରୀରେ ୦.୨୫ ପ୍ରତିଶତ, ଏପ୍ରିଲରେ ୦.୨୫ ପ୍ରତିଶତ ଏବଂ ପରେ ଜୁନରେ ୦.୫୦ ପ୍ରତିଶତ ହ୍ରାସ କରିଥିଲା ରେପୋ ହାର ।

ଆର୍‌ବିଆଇ ଗଭର୍ଣ୍ଣର କହିଛନ୍ତି କି, ଖାଦ୍ୟ ଓ ଇନ୍ଦନକୁ ଛାଡି ଅନ୍ୟ ବସ୍ତୁର ଦର ବୃଦ୍ଧି ୪ ପ୍ରତିସତରେ ସ୍ଥିର ରହିଛି । ଯାହା ଆଶା ଅନୁସାରେ ରହିଛି । ଗତ ଦିନରେ ସୁଧ ଦରରେ ହୋଇଥିବା ପରିବର୍ତ୍ତନ ୧ ପ୍ରତିଶତ କମ୍‌ ପ୍ରଭାବ ଅର୍ଥବ୍ୟବସ୍ଥା ଉପରେ ନାହିଁ । ଏହାର ପ୍ରଭାବ ଧିରେ ଧିରେ ସାମ୍ନାକୁ ଆସୁଛି । ମୌସୁମୀ ଭଲ ଥିବାରୁ ଅର୍ଥବ୍ୟବସ୍ଥା ଦ୍ରୁତ ଗତି ନେବା ଆଶା କରାଯାଉଛି । କୃଷି ଉତ୍ପାଦ ବଢିବାରୁ ଗ୍ରାମୀଣ ଦାବି ଏବଂ ଖର୍ଚ୍ଚ ବଢିବ । ଏହି ନିଷ୍ପତ୍ତିରେ କାର୍, ହୋମ୍‌ ଲୋନ ଏବଂ ଇଏମ୍‌ଆଇ ଉପରେ ପ୍ରଭାବ ପଡିବ । ଗଭର୍ଣ୍ଣର କହିଛନ୍ତି ଯେ ରେପୋ ହାରରେ ୧ ପ୍ରତିଶତ ହ୍ରାସର ପ୍ରଭାବ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ଦେଖାଯାଇ ନାହିଁ । ଏହା ବ୍ୟତୀତ, ମୁଦ୍ରା ନୀତି କମିଟି ମଧ୍ୟ ଏହାର ନିରପେକ୍ଷ ମନୋଭାବ ବଜାୟ ରଖିବାକୁ ନିଷ୍ପତ୍ତି ନେଇଛି ।