ବୋରୱେଲରେ ଫଶିଥିବା ଶିଶୁକନ୍ୟା ଉଦ୍ଧାର, ହେଲେ ବଞ୍ଚାଇ ପାରିଲେନି ଉଦ୍ଧାରକାରୀ ଦଳ

ମଧ୍ୟପ୍ରଦେଶର ସିହୋର ଜିଲ୍ଲାରେ ବୋରୱେଲରେ ଗଳିପଡିଥିବା ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ୫୫ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଉଦ୍ଧାରକାରୀ ଦଳ ୧୫୦ ଫୁଟ ଗାତରୁ ଶିଶୁକନ୍ୟାଟିକୁ ବାହାର କରିବାରେ ସଫଳ ହୋଇଛନ୍ତି । ହେଲେ ଉଦ୍ଧାର ହେବା ପରେ ମୃତ ବୋଲି ଜଣାପଡିଛି ଅଢେଇ ବର୍ଷର ବାଳିକା ସୃଷ୍ଟି ।

ମଙ୍ଗଳବାର ଦିନ ମୁଙ୍ଗବାଲୀ ଗ୍ରାମରେ ଏକ ୩୦୦ ଫୁଟ ଗଭୀର ବୋରୱେଲରେ ଗଳିପଡିଥିଲା ସୃଷ୍ଟି । ପ୍ରଥମେ ଶିଶୁଟି ମାତ୍ର ୨୭ ଫୁଟ ଗଭୀର ମଧ୍ୟରେ ଲାଖି ରହିଥିଲା । ଏହାପରେ ଉଦ୍ଧାରକାରୀ ଦଳ ପକ୍ଷରୁ ବିଭିନ୍ନ ଉପାୟ ଅବଲମ୍ବନ କରି ଉଦ୍ଧାରକାର୍ୟ୍ୟ ଆରମ୍ଭ କରାଯାଇଥିଲା । ହେଲେ ଉଦ୍ଧାର କାର୍ୟ୍ୟବେଳେ ପୋକଲିନ ମେସିନ ସହାୟତାରେ ଖୋଳିବା ଶିଶୁଟି ପାଇଁ କାଳ ହୋଇଥିଲା । ପୋକଲିନର କମ୍ପନରେ ଧିରେ ଧିରେ ଶିଶୁଟି ୧୫୦ ଫୁଟ ତଳକୁ ଖସି ଯାଇଥିଲା ।

ଗୁଜରାଟରୁ ଆସିଥିବା ୩ ସଦସ୍ୟ ବିଶିଷ୍ଠ ରୋବୋଟିକ ଟିମ୍ ସୃଷ୍ଟିଙ୍କୁ ବାହାରକୁ ବାହାର କରିବାରେ ସଫଳ ହୋଇଥିଲା । ରୋବୋଟିକ୍ ଟିମ୍ ହୁକ ମାଧ୍ୟମରେ ୩୦୦ ଫୁଟ ଗଭୀର ଗାତରେ ଫସି ରହିଥିବା ସୃଷ୍ଟିକୁ ବାହାରକୁ ବାହାର କରିଥିଲେ । ବାହାର କରିବା ପରେ ତାଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ପୂର୍ବରୁ ଅର୍ଲଟ ଥିବା ଡାକ୍ତରୀ ଦଳ ସୃଷ୍ଟିର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଛନ୍ତି ।