ଭୁବନେଶ୍ୱର : ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ ସହ ସମସ୍ଥ ବ୍ୟବସ୍ଥା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୩ ମାସ ମଧ୍ୟରେ ନିୟମିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୪ ବିଭାଗରେ କାର୍ଯ୍ୟରତ ୧୫ଶହରୁ ଅଧିକ ଡାଟାଏଣ୍ଟ୍ରି ଅପରେଟର ଏଥିରେ ଉପକୃତ ହେବେ । ଆଉଟସୋର୍ସିଂରେ ୪ ବିଭାଗରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର ଲୋକାଲ ଫଣ୍ଡ ଅଡିଟ୍ , ସବରେଜିଷ୍ଟ୍ରି, ଲୋକସେବା ଭବନ ଓ ଗୋପବନ୍ଧୁ ଏକାଡେମୀରେ କାର୍ଯ୍ୟରତ ସମସ୍ତ ଠିକା କର୍ମଚାରୀ ଏଥିରେ ଉପକୃତ ହେବେ ।