ରାଜସ୍ଥାନ : ରାଜସ୍ଥାନ କଂଗ୍ରେସରେ ବିବାଦ ଅନେକ ଦିନ ଧରି ଚାଲିବା ପରେ । ଆଜି ଅଶୋକ ଗେହଲଟ ମନ୍ତ୍ରୀମଣ୍ଡଳରେ ଅଦଳ ବଦଳ ହେବାକୁ ଯାଉଛି । ତିନି ମହିଳା ମନ୍ତ୍ରୀଙ୍କୁ ଅଶୋକ ଗେହଲଟ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ନେଇ ଏକ ପ୍ରେସ କନଫେରେନ୍ସରେ ସଚିନ ପାଇଲଟ ସୂଚନା ଦେଇଛନ୍ତି । ଏହା ସହ ଚାରି ଏସସି ଓ ଏସଟି ବିଧାୟକଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯାଇଛି । ଅଶୋକ ଗେହଲଟଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ ୩୦ ମନ୍ତ୍ରୀ ଥିବା ବେଳେ ଏଥିରେ ୧୫ ନୂଆ ମନ୍ତ୍ରୀ ସାମିଲ ହେବେ ।