ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ପାଇଁ ପୌରପରିଷଦ ପକ୍ଷରୁ ର।ହ।ଗିରି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଏବଂ ଅନ୍ୟତମ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ପାଳ, ଯୋଗ ଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ଅନୁପ ପଣ୍ଡା , ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠି, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ,ଆଦିବାସୀ ଉ୍ନୟନ ପ୍ରକଳ୍ପ ପ୍ରଶାସକ , ପାରଳାଖେମୁଣ୍ଡି ତହସିଲଦ।ର ଙ୍କ ସମେତ ପୌର ପାରିଷଦ ର କାଉନସିଲର ,ପାରଳା ଥାନା ଅଧିକାରୀ ଉପସ୍ଥିତ ଥିଲେ ଅତିଥି ମାନଙ୍କୁ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ଏଠାରେ ଅତିଥି ମାନେ କହିଥିଲେ ଯେ ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ ସକାଶେ ପୌର ପରିଷଦ ପକ୍ଷରୁ ର।ହାଗିରି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି ଯାହା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ଅଟେ । ତେବେ ଏହି ଉତ୍ସବ ପରେ ଆଜିଠାରୁ ଗଜପତି ଉତ୍ସବ ସକାଶେ ବିଗୁଲି ବାଜିଲା କହିଲେ ଅତୁକ୍ତ୍ୟ ହେବ ନାହିଁ । ଜିଲ୍ଲାର କଳା ସଂସ୍କୃତି କୁ ଉଦ୍ଜୀବିତ କରିବା ପାଇଁ ଜିଲ୍ଲାରେ ଏହି ପ୍ରୟାସ ଜାରି ରହିଛି । ଏଥିରେ ବିଭିନ୍ନ ପ୍ରକାର ନାଚ ଗୀତ ଝୋଟି, ପାଇକ ଆଖଡ଼ା ଗଜ। ମୁଁହ।,ଯୋଗ, ସ୍କେଟି, ବକ୍ସିଂ, ତାଇ କୁଣ୍ଡ,ଏହି ଭଳି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ତେବେ ଏ ରାହାଗିରି ପାଇଁ ପାରାଳାଖେମୁଣ୍ଡି ସହର ଉତ୍ସବ ମୁଖର ହୋଇଥିବା ଦେଖାବାକୁ ମିଳିଥିଲା ଏବଂ ଲୋକଙ୍କ ଭିଡ ଜମିଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ ସୂଚାରୁ ରୂପେ ତୁଲାଇବାକୁ ପୌର ପରିଷଦର କର୍ମଚାରୀ ସହଯୋଗ କରିଥିଲେ।