ଭୁବନେଶ୍ୱର: ପ୍ରକାଶ ପାଇଛି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଙ୍କ ସମ୍ପତ୍ତି ତାଲିକା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବସାଇଟରେ ସମ୍ପତ୍ତି ତାଲିକା ଉପଲବ୍ଧ ହୋଇଛି । ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀ ହିଁ ସବୁଠାରୁ ଧନୀ । ୨୦୨୨ ଡିସେମ୍ବର ସୁଦ୍ଧା ତାଙ୍କ ସମ୍ପତ୍ତି ପରିମାଣ ୬୫ କୋଟି ୪୦ ଲକ୍ଷ ୭୯ ହଜାର ୬୯୩ ଟଙ୍କା ହୋଇଛି । ଗତ ବର୍ଷଠାରୁ ନବୀନଙ୍କ ସମ୍ପତ୍ତିର ପରିମାଣ ୪୨ ଲକ୍ଷ ୯୦ ହଜାର ଟଙ୍କା ବଢ଼ିଛି । ସୁଧ ଆକାରରେ ନବୀନଙ୍କ ସମ୍ପତ୍ତି ୪୩ ଲକ୍ଷ ଟଙ୍କା ବୃଦ୍ଧି ପାଇଛି ।ଦିଲ୍ଲୀର ଜନପଥରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆରେ ୭୦ ଲକ୍ଷ ଟଙ୍କା ୧୧ ହଜାର ୧୫୦, ଭୁବନେଶ୍ବରର ଏସବିଆଇରେ ୨୦ ଲକ୍ଷ ୮୭ ହଜାର ୧୫୫ ଟଙ୍କା ରହିଛି । ହିଞ୍ଜିଳିକାଟୁ କଲେଜ କ୍ୟାମ୍ପସ ଏସବିଆଇରେ ୭ ହଜାର ୨୬୭ ଟଙ୍କା ରହିଛି । ସେଠାରେ ଅନ୍ୟ ଏକ ଏସବିଆଇ ଆକାଉଣ୍ଟରେ ୧୪ ହଜାର ଟଙ୍କା ରହିଛି । ସେହିପରି ନୂଆଦିଲ୍ଲୀ ପାର୍ଲିଆମେଣ୍ଟ ହାଉସ ଏସବିଆଇ ଆକାଉଣ୍ଟରେ ୧୯୪୫ ଟଙ୍କା ରହିଛି । ସେହିପରି ଏଚଡିଏଫସି ବ୍ୟାଙ୍କରେ ୧ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ ରହିଛି । ଏହା ବାଦ ୯ କୋଟି ଟଙ୍କାର ଆରବିଆଇ ବଣ୍ଡ ଓ ପୋଷ୍ଟ ଅଫିସରେ ଦେଢ଼ କୋଟି ଟଙ୍କାର ଟର୍ମ ଡିପୋଜିଟ ରହିଛି। ଦିଲ୍ଲୀ ଲୋଧି ରୋଡର ପୋଷ୍ଟ ଅଫିସରେ ୬ ଲକ୍ଷ ୯୬ ହଜାର ଟଙ୍କା ରହିଛି । ନବୀନଙ୍କ ପାଖରେ ସାଢ଼େ ତିନି ଲକ୍ଷ ଟଙ୍କାର ସୁନା ଗହଣା ଥିବାବେଳେ ୧୯୮୦ ମସିହାର ଏକ ଆମ୍ବାସଡର କାର ମଧ୍ୟ ରହିଛି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କର ଦୁଇ ତୃତୀୟାଂଶ ସେୟାର ଅଛି । ଯାହାର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ଟଙ୍କା ହେବ । ଦିଲ୍ଲୀର ଏପିଜେ ଅବଦୁଲ କଲାମ ରୋଡରେ ଥିବା ସମ୍ପତ୍ତିରେ ନବୀନଙ୍କର ୫୦ ପ୍ରତିଶତ ସେୟାର ରହିଛି । ଏହାର ବର୍ତ୍ତମାନର ମୂଲ୍ୟ ୪୩ କୋଟି ୩୬ ଲକ୍ଷ ୧୮ ହଜାର ଟଙ୍କା ହେବ ।ମୁଖ୍ୟମନ୍ତ୍ରୀଙ୍କ ଛଡା ନବୀନଙ୍କ ମନ୍ତ୍ରିମଣ୍ଡଳରେ 14 ମନ୍ତ୍ରୀ କୋଟିପତି… ଅଶୋକ ଚନ୍ଦ୍ର ପଣ୍ଡା, ପ୍ରୀତି ରଞ୍ଜନ ଘଡ଼ାଇ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଉଷା ଦେବୀ, ଅତନୁ ସବ୍ୟସାଚ୍ଚୀ ନାୟକ, ରାଜେନ୍ଦ୍ର ଢୋଲକିଆ, ଟୁକୁନି ସାହୁ, ପ୍ରଦୀପ ଅମାତ, ପ୍ରତାପ କେଶରୀ ଦେବ, ବାସନ୍ତୀ ହେମ୍ବ୍ରମ, ରୋହିତ ପୂଜାରୀ ଓ ଅଶ୍ବିନୀ ପାତ୍ରଙ୍କ ସମ୍ପତ୍ତି କୋଟିଏ ଉପରେ ରହିଛି। ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନ ରେ ସ୍ୱଛତା ଅବଲମ୍ବନ ପାଇଁ ଆହ୍ୱାନ ଜଣାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଓ ମନ୍ତ୍ରୀ ମଣ୍ଡଳ ର ସମସ୍ତ ସଦସ୍ୟ ଙ୍କ ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ ପାଇଁ ଘୋଷଣା କରିଥିଲେ। ଶାସନ ଓ ପ୍ରଶାସନିକ ବ୍ୟବସ୍ଥା ରେ ସ୍ୱଛତା କୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ସରକାର ଙ୍କ 5T ଉପକ୍ରମ ରେ ଏହା ହେଉଛି ଏକ ଗୁରୁତ୍ୱପୂର୍ଣ ଅଂଶ।ସେପଟେ ମନ୍ତ୍ରୀ ଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଲା ପରେ ତେଜିଛି ରାଜନୀତି। କଂଗ୍ରେସ କହିଛି ଆଞ୍ଚଳିକ ଦଳ ହିସାବ ରେ ଦ୍ୱତୀୟ ରେ ବିଜେଡି। ତେଣୁ ମନ୍ତ୍ରୀ ସବୁ ଧନୀ ଅନ୍ୟପଟେ ବିଜେପି କହିଛି ଆୟ ବହିର୍ଭୁତ ସମ୍ପତ୍ତି କାହିଁକି ବଢୁଛି ମୁଖ୍ୟମନ୍ତ୍ରୀ କୁହନ୍ତୁ। ସମ୍ପତ୍ତି ବଢୁଛି ସମସ୍ତେ ଜାଣିଛନ୍ତି ଅନ୍ୟପଟେ ବିରୋଧୀ ଙ୍କ ଅଭିଯୋଗ କୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ ସେ କହିଛନ୍ତି ମନ୍ତ୍ରୀ ମାନେ କିଛି ଲୁଚାଉ ନାହାନ୍ତି ସମସ୍ତେ ବେପାର ବାଣିଜ କରୁଛନ୍ତି, ପୂର୍ବ ପୁରୁଷ ଙ୍କ ସମ୍ପତ୍ତି ଅଛି ତାକୁ ନେଇକି ହିସାବ ଦେଉଛନ୍ତି।2019 ଠାରୁ ରାଜ୍ୟର ସମସ୍ତ ମନ୍ତୀ ସେମାନଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ତାଲିକା ସାର୍ବଜନୀନ କରିଆସୁଛନ୍ତି।