(ଦୀପକ ମିଶ୍ର / ଉଦଳା): ମୟୁରଭଞ୍ଜ ଜିଲ୍ଲା ରାଢୋ ଲୁଇପା ଡିଗ୍ରୀ ମହାବିଦ୍ୟାଳୟର ପ୍ରିନସିପାଲ ମ୍ୟାନେଜମେଣ୍ଟରେ ଥିବା ଅଧ୍ୟାପକ ଓ କର୍ମଚାରୀ ମାନଙ୍କ ଚାରି ମାସର ଦରମା ତିନି ଲକ୍ଷରୁ ଉର୍ଦ୍ଧ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି । ତେବେ ଅଧ୍ୟାପକ ମାନଙ୍କ କହିବା ଅନୁଯାୟୀ ବର୍ତ୍ତମାନ କୋଭିଡ ସମୟରେ ଦରମା ଟଙ୍କା ନ ପାଇବାରୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଦରମା ଟଙ୍କା ପାଇଁ କର୍ମଚାରୀ ଓ ଅଧ୍ୟାପକମାନେ ବାରମ୍ବାର ପ୍ରିନ୍ସପାଲଙ୍କୁ କହୁଥିଲେ ମଧ୍ୟ ସେ କିଛି ଶୁଣୁ ନଥିବା କହିଛନ୍ତି । ତେବେ ଆଜି ୧୭ ଜଣ କର୍ମଚାରୀ ଓ ଅଧ୍ୟାପକ ମାନେ ଉପଜିଲ୍ଲାପାଳଙ୍କୁ ସେମାନଙ୍କର ଦାବୀ ଜଣାଇବା ସହ ତୁରନ୍ତ ଚାରି ମାସର ଦରମା ଟଙ୍କା ପ୍ରଦାନ ପାଇଁ କହିଛନ୍ତି । ଏ ସମ୍ପର୍କରେ ଉପଜିଲ୍ଲାପାଳ ଓ ପ୍ରିନ୍ସପାଲଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । କଲେଜ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଅଧ୍ୟକ୍ଷାଙ୍କୁ ପଚାରିବାରୁ ମ୍ୟାନେଜମେଣ୍ଟ ଅଧ୍ୟାପକ ମାନେ ଚାରି ମାସରୁ ଅଧିକ ଦରମା ପାଇନଥିବା ସ୍ୱୀକାର କରିଥିବା ବେଳେ ଖୁବ ଶୀଘ୍ର ସେମାନଙ୍କ ବକେୟା ଦରମା ଦେଇ ଦେବାରେ ଚେଷ୍ଟା କରିବେ ବୋଲି କହିଛନ୍ତି କ୍ଷ