୧ ଲକ୍ଷ ୨୭ ହଜାର ଟଙ୍କାରେ ବିକ୍ରି ହେଲା ମାଛ

ଜଳେଶ୍ୱର : ଦୁଇ କ୍ୱିଣ୍ଟାଲ ମାଛର ଦାମ ୧ଲକ୍ଷ ୨୭ ହଜାର ଟଙ୍କା । ଓଡିଶା ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଦୀଘା ଅଞ୍ଚଳ ସମୁଦ୍ରରୁ ଧରାପଡିଥିଲା ତେଲିଆ ମାଛ । ସେହି ତେଲିଆ ମାଛ ଲକ୍ଷାଧିକ ଟଙ୍କାରେ ବିକ୍ରି ହୋଇଛି । ଯାହାର ଓଜନ ୨କ୍ୱିଣ୍ଟାଲ । ଏହି ମାଛକୁ ଦୀଘା ମାଛ ମାର୍କେଟରେ ୧ଲକ୍ଷ ୨୭ହଜାର ଟଙ୍କାରେ ବିକ୍ରି କରିଛନ୍ତି ମତ୍ସ୍ୟଜୀବୀ ।