କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟରେ ୧୦୦ ଟଙ୍କା ହ୍ରାସ ପାଇଛି

ନୂଆଦିଲ୍ଲୀ: ଅଗଷ୍ଟ ମାସ ଆରମ୍ଭରୁ ଏଲପିଜି ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ଆସିଛି । ଏଥର କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟରେ ୧୦୦ ଟଙ୍କା ହ୍ରାସ ପାଇଛି । ଏହି ପରିବର୍ତ୍ତନ ଯୋଗୁ ଦେଶର ରାଜଧାନୀ ନୂଆଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୬୮୦ ଟଙ୍କା ହ୍ରାସ ପାଇଛି । ତେବେ ଘରୋଇ ଗ୍ୟାସ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ । ମାର୍ଚ୍ଚରୁ ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ ୫୦ ଟଙ୍କା ବୃଦ୍ଧି ପାଇଥିଲା । ଦେଶର ରାଜଧାନୀ ଦିଲ୍ଲୀରେ ଘରୋଇ ଗ୍ୟାସ ଦାମ୍ ୧୧୦୩ ଟଙ୍କା ପ୍ରତି ସିଲିଣ୍ଡର ରହିଥିବା ବେଳେ ମୁମ୍ବାଇରେ ୧୧୦୨.୫୦ ଟଙ୍କା, କୋଲକତାରେ ୧୧୨୯ ଟଙ୍କା, ଚେନ୍ନାଇରେ ୧୧୮.୫୦ ଟଙ୍କା ରହିଛି । ଏହାପୂର୍ବରୁ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଜୁଲାଇ ୪ରେ ୧୭୮୦ ଟଙ୍କାରେ ପହଞ୍ଚିଛି ।