ମାଛ ଗୋଟିକର ଦାମ ଗୋଟେ ବୁଲେଟ ୩୫୦ର ଦାମ ଠାରୁ ଅଧିକ

ଭଦ୍ରକ-: ମାଛ ଗୋଟିକର ଦାମ ଗୋଟେ ବୁଲେଟ ୩୫୦ର ଦାମ ଠାରୁ ଅଧିକ। କଥାଟା ଟିକେ ପାଠକଙ୍କୁ ଅବିଶ୍ଵନିୟ ଲାଗୁଥିଲେ ବି କଥାଟି ସତ। କାରଣ ଗୋଟାଏ ମାଛର ଦାମ ହେଉଛି ୪ଲକ୍ଷ ୫୨୬୦୦ ଟଙ୍କା । ତେବେ ଏଭଳି ଖବର ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ।

ଘଟଣା ପ୍ରକାରରେ ଧାମରା ମୁହାଁଣର ଗଭୀର ସମୁଦ୍ରରୁ ଧୀବର ମାନେ ଗୋଟିଏ ପ୍ରଜାତିର ଦୁଇଗୋଟି ମାଛ ଧରି ଥିଲେ । ଯାହାର ନାଁ ତେଲିଆ ମାଛ । ସେଥି ମଧ୍ୟରୁ ଗୋଟିଏ ମାଛର ଓଜନ ୨୧କେଜି ହୋଇଥିବା ବେଳେ ତାହା କେଜି ପ୍ରତି ୭୫୦୦ ଟଙ୍କାରେ ବିକ୍ରି ହୋଇଛି । ଆଉ ଅନ୍ୟ ମାଛଟି ୩୧କେଜି ୬୦୦ ଗ୍ରାମ ଓଜନ ହୋଇଥିବା ବେଳେ ତାହା କେଜି ପ୍ରତି ୧୪ ହଜାର ୬ଶହ ଟଙ୍କାରେ ବିକ୍ରି ହୋଇଛି । ତେବେ ଦୁଇଗୋଟି ମାଛର ମୂଲ୍ୟ ୪୫୨୬୦୦ ଟଙ୍କାରେ ବିକ୍ରି ହୋଇଛି । ବିଭିନ୍ନ ମାଛ ନିଲାମଧାରୀ ଔଷଧ କମ୍ପାନୀକୁ ଯୋଗାଯୋଗ କରି ଏହି ମାଛକୁ ନିଲାମ ଧରାଯାଇଛି ଏବଂ କେଜି ପ୍ରତି ୧ ହଜାରରୁ ଆରମ୍ଭ ହୋଇ କେଜି ପ୍ରତି ୧୪୬୦୦ ଟଙ୍କାରେ ବିକ୍ରି ହୋଇଛି।