୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୦ ହଜାର ୬୬୦ ଟଙ୍କା ରହିଛି

ଭୁବନେଶ୍ୱର: ଦିନକୁ ଦିନ ସୁନାର ଚାହିଦା ବଢୁଥିବା ବେଳେ ଏପଟେ ହୁ ହୁ ହୋଇ ବଢି ଚାଲିଛି ସୁନା କିନ୍ତୁ ଏହାରି ଭିତରେ ଗ୍ରାହକଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି ।  ସାମାନ୍ୟ ଶସ୍ତା  ହୋଇଛି  ସୁନା ଅଳଙ୍କାର  । ତେବେ ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୦ ହଜାର ୬୬୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୩ ହଜାର ୧୦୦ ଟଙ୍କାକୁ ପହଞ୍ଚିଛି ।

ସେହିପରି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୦ ହଜାର ୬୬୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୩, ୧୦୦ ଟଙ୍କା ଛୁଇଁଛି । ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୯୦, ୬୬୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୮୩,୧୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୯୦, ୮୧୦ ଟଙ୍କା ଓ ୨୨ କ୍ୟାରେଟ୍ ୮୩, ୨୫୦ ଟଙ୍କା ରହିଛି ।