ବିପ୍ଳବୀଙ୍କ ପ୍ରତିମୂର୍ତ୍ତି ବିରୋଧକୁ ଖଣ୍ଡନ କଲେ ଭୀମ ଆର୍ମିର ସଭାପତି

କେନ୍ଦ୍ରାପଡ଼ା/ମହେଶ ପାଢ଼ୀ: ପ୍ରଜା ଆନ୍ଦୋଳନର କ୍ରାନ୍ତିକାରୀ କବୀ ବିଳ୍ପଵୀ ଆନନ୍ଦଚନ୍ଦ୍ର ଜେନାଙ୍କ ପ୍ରତିମୂର୍ତ୍ତି ବିରୋଧକୁ ଭୀମ ଆର୍ମିର ବିରୋଧକୁ ଖଣ୍ଡନ କଲେ କେନ୍ଦ୍ରାପଡ଼ା ଭୀମ ଆର୍ମିର ଜିଲ୍ଲାସଭାପତି ନଗେନ୍ଦ୍ର ଜେନା । କିଛି ପୁରୁଣା ଫୋଟୋକୁ ବିଭିନ୍ନ ଗଣମାଧ୍ୟମ ଜରିଆରେ ବିଭ୍ରାନ୍ତି ସୃଷ୍ଟି କରିବାକୁ ଦିଆଯାଇଛି ବୋଲି ସଭାପତି ନଗେନ୍ଦ୍ର ଜେନା କହିଛନ୍ତି । ପ୍ରକାଶ ଥାଉଛି କି କିଛି ଦିନ ଧରି କିଛି ସମାଜିକ ଗଣମାଧ୍ୟମ ସୋସିଆଲ ମିଡ଼ିଆ ପ୍ରମୁଖ ଖବର କାଗଜରେ ଆନନ୍ଦ ଚନ୍ଦ୍ର ଜେନାଙ୍କ ପ୍ରତିମୂର୍ତ୍ତି ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଆଗରେ ସ୍ଥାପନା ନେଇ ବିବାଦ ଓ ଗୁଜବ ଲାଗି ରହିଥିବା ଓ ଭୀମ ଆର୍ମି ଆନନ୍ଦଚନ୍ଦ୍ର ଜେନାଙ୍କ ପ୍ରତିମୂର୍ତ୍ତିକୁ ବିରୋଧ କରିବା ଖବର ପ୍ରକାଶ ପାଇଥିଲା । କିନ୍ତୁ ଏହାକୁ ସମ୍ପୂର୍ଣ ଭାବେ ପୂର୍ଣ୍ଣଛେଦ ଟାଣିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଭୀମ ଆର୍ମି ସଭାପତି ନଗେନ୍ଦ୍ର ଜେନା । ଯେ କୌଣସି ପ୍ରକାର ବିରୋଧ କିମ୍ବା ବୈଠକ ହୋଇନାହିଁ ଏହା ଗୁଜବ ଓ ମିଥ୍ୟ ,ଆମେ କେଉଁ ମହାପୁରୁଷଙ୍କୁ ବିରୋଧ କରୁ ନାହୁଁ କିମ୍ବା ବିଚାରକୁ ବିରୋଧ କରୁ ନାହିଁ ବୋଲି ପ୍ରତିକ୍ରିୟାରେ କହିଛନ୍ତି ଭୀମ ଆର୍ମି ସଭାପତି ନଗେନ୍ଦ୍ର ଜେନା ।