ବାୟୁସେନାର ସ୍ୱତନ୍ତ୍ର ବିମାନରେ ମୟୁରଭଞ୍ଜରେ ପହଞ୍ଚିଲେ ରାଷ୍ଟ୍ରପତି

ମୟୂରଭଞ୍ଜ:  ଓଡିଶାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ବାୟୁସେନାର ସ୍ୱତନ୍ତ୍ର ବିମାନରେ  ମୟୁରଭଞ୍ଜରେ ପହଞ୍ଚିଲେ ରାଷ୍ଟ୍ରପତି । ହେଲିପ୍ୟାଡରୁ ସିଧାସଳଖ ଖିଚିଂ ଅଭିମୁଖେ ରାଷ୍ଟ୍ରପତି । ଖିଚିଂରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ବ୍ୟାପକ ପ୍ରସ୍ତୁତ କରାଯାଇଛି ।

ଖିଚିଂର ମା’ କିଚକେଶ୍ୱରୀଙ୍କ ମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରସାଦ ସେବନର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବା କୁହାଯାଉଛି। ପ୍ରସାଦରେ ରହିଛି ଖେଚୁଡ଼ି, କାନିକା, ଅରୁଆ ଭାତ, ବେଶର, ଲେଉଟିଆ ସାଗ, ଖଟା, ପାଏସ, କ୍ଷୀରା ଓ ବଡ଼ି ଚୁରା । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ମଧ୍ୟ ପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ରହିଛି । ନୂଆଦିଲ୍ଲୀରୁ ରାଞ୍ଚି ବିମାନ ବନ୍ଦରରେ ପହଁଚିବା ପରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି ଖିଚିଂର ପାଣ୍ଡରଶିଳ ଗାଁରେ ପହଞ୍ଚିଛନ୍ତି ରାଷ୍ଟପ୍ରତି ।