ଜୀବନ ଦୋଛକିରେ କୁମ୍ଭକାରଙ୍କ ପରିବାରର ଦୁଃଖ

(ଦୀପକ ମିଶ୍ର / ଉଦଳା): ଦୁର୍ଦ୍ଦଶାରେ କୁମ୍ଭକାର । କରୋନା ମହାମାରୀ ଯୋଗୁଁ ନିଜର କୌଳିକ ବୃତ୍ତି ଲୋପ ପାଇବାକୁ ବସିଥିବା ବେଳେ ନିଜର ଜୀବନ ଜୀବିକା ଉପରେ ପ୍ରଭାବ ପକାଇଛି । ତେବେ ଆଗକୁ ଦୀପାବଳି ଥିବାରୁ ଜିନିଷ ବିକ୍ରି କରିବାର ଆଶା ରଖିଛି କାରୀଗର ।
ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକର ଏ ହେଉଛି ପହଣ୍ଡା ଗ୍ରାମ । ଏହି ଗ୍ରାମର ଅନେକ ପରିବାର କୁମ୍ଭକାର । ମାଟିର ବିଭିନ୍ନ ପ୍ରକାର ଜିନିଷ ତିଆରି କରିବା ସହ ତାକୁ ବିକ୍ରି କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ତେବେ କରୋନା ମହାମାରୀ ଯୋଗୁ ଏବେ ବାହାଘର ଓ ପୂଜା ପାଇଁ ପ୍ରତିବନ୍ଧକ ଥିବାରୁ ଆଗ ଭଳି ଆଉ ଜିନିଷ ବିକ୍ରି ହେଉ ନ ଥିବା କୁମ୍ଭକାର ମାନେ କହିଛନ୍ତି । ତେବେ କେମିତି ପରିବାର ପ୍ରତିପୋଷଣ କରିବେ ଓ ନିଜର ବୃତ୍ତିକୁ ବଞ୍ଚାଇବେ ତାହା ଏବେ ଚିନ୍ତାରେ ।
ଗୋଟିଏ ପଟେ ନିଜର କୌଳିକ ବୃତ୍ତି ଓ ଅନ୍ୟ ପଟେ ନିଜର ପରିବାର ପ୍ରତିପୋଷଣ ପାଇଁ କୁମ୍ଭକାର ମାନେ ମାଟିରେ ହାଣ୍ଡି, ସରା, ଦ୍ୱୀପ ଓ ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରି କରିଥାନ୍ତି । ତେବେ କଟକଣା ଯୋଗୁଁ ଏବେ ଜିନିଷ ବିକ୍ରି ହୋଇନପାରି ପଡ଼ିରହିଛି । ତେବେ ଏହି ଗ୍ରାମର ଅନେକ ମହିଳା କାରିଗର ଲାଗିପଡିଛନ୍ତି ଆଗକୁ ଦୀପାବଳି ଥିବାରୁ ଦ୍ୱୀପ ତିଆରି କରି ବିକ୍ରି କରିବା ଆଶାରେ । ଦେଖିବାକୁ ବାକି ରହିଲା ସେମାନଙ୍କ ପରିବାର ପାଇଁ ସାହା କିଏ ହେଉଛି ।