କ୍ୱାର୍ଟର ଫାଇନଲରେ ହାରିଗଲେ ବକ୍ସର ପୂଜା ରାଣୀ

ଟୋକିଓ: ପୁଣି ଜଣେ ଭାରତୀୟ ବକ୍ସର ଟୋକିଓ ଅଲିମ୍ପିକ୍ସରେ ନିରାଶ କରିଛନ୍ତି। ୬୯ରୁ ୭୫ କେଜି ମିଡିଲ ୱେଟ ବକ୍ସିଂ କ୍ୱାର୍ଟର ଫାଇନାଲରେ ଭାରତର ପୂଜା ରାଣୀ ହାରି ଯାଇଛନ୍ତି। ଶନିବାର ଭାରତର ପଦକ ଆଶାରେ ଆଉ ଏକ ଝଟକା ଲାଗିଛି। କ୍ଵାର୍ଟର ଫାଇନାଲରେ ବକ୍ସର ପୂଜା ରାଣୀ ପରାଜିତ ହୋଇଛନ୍ତି। ଏଥିସହ ଭାରତ ପକ୍ଷରୁ ୭୫ କିଲୋଗ୍ରାମ ବର୍ଗରେ ପୂଜା ରାଣୀଙ୍କ ଅଲିମ୍ପିକ ଅଭିଯାନ ସମାପ୍ତ ହୋଇଛି। କ୍ଵାର୍ଟର ଫାଇନାଲ ମୁକାବିଲାରେ ପୂଜା ରାଣୀଙ୍କୁ ଚୀନର ଖେଳାଳି ୫-୦ରେ ମାତ୍ ଦେଇଛନ୍ତି। ସଂପୂର୍ଣ୍ଣ ଏକତରଫା ମ୍ୟାଚ୍ରେ ପୂଜା ରାଣୀ ପରାଜିତ ହୋଇଛନ୍ତି। ଚୀନର ଖେଳାଳି ତିନୋଟି ଯାକ ରାଉଣ୍ଡରେ ଭାରତୀୟ ବକ୍ସର ଉପରେ ଭାରି ପଡିଥିଲେ।