ପୋଲିସ ଦେଖାଇଲା ମାନବିକତା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ପୋଖରୀକୁ ଗୋଧୋଇବାକୁ ଯାଇଥିବା ସମୟରେ ବୁଡ଼ିଗଲା ୧୩ବର୍ଷର ଝିଅ । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତୋହରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେଉପାଣି ଗ୍ରାମରେ । ଯାହାଦ୍ୱାରା ସୂଚନା ଅନୁଯାୟୀ କେଉପାଣି ଗ୍ରାମର କୁମାରୀ ମନମତି ମାଝୀ (୧୩) ପିତା – ସପାଲ ମାଝୀ ସକାଳ ସକଳ ୯ଟା ସମୟରେ ଚାଷ ଜମି ନିକଟରେ ଥିବା ପୋଖରୀକୁ ଗାଧେଇବାକୁ ଯାଇଥିଲେ, ଗାଧେଇଲା ସମୟରେ ହଟାତ ମନମତିଙ୍କ ଗୋଡ଼ ଖସି ଯାଇଥିଲା ଯାହାଦ୍ୱାରା ସେ ଗଭୀର ଜଳ ମଧ୍ୟକୁ ଚାଲିଯାଇଥିଲେ । ସେ ପୋଖରୀରୁ ବାହାରକୁ ବାହାରିବା ତାଙ୍କ ପକ୍ଷେ ଆଉ ସମ୍ଭବ ହେଇନଥିଲା ଫଳରେ ପୋଖରୀ ଭିତରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ପାଇ ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଁଚି ମନମତି ର ମୃତ ଶରୀର କୁ ଉଦ୍ଧାର କରିଥିଲେ। ଉକ୍ତ ଘଟଣାଟି ଯେତିକି ଦୁଃଖ ଦାୟକ ଥିଲା ତାଠାରୁ ଅଧିକ ହୃଦୟ ସ୍ପର୍ଶି ମଧ୍ୟ ଥିଲା, ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଂଚିବା ସମ୍ଭବ ନଥିବା ଯୋଗୁଁ ଉମରକୋଟ ଥାନାରେ କାର୍ଯ୍ୟରତ ସବଇନ୍ସପେକ୍ଟର ଶ୍ରୀଯୁକ୍ତ ଖଗେଶ୍ୱର ଖୋସଲା ନିଜେ ଅନ୍ୟ ମାନଙ୍କ ସହ ମନମତି ର ମୃତ ଶରୀରକୁ କାନ୍ଧରେ ବୋହି ପୋଖରୀ ପାଖରୁ ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ ।  ଏଭଳି ଘଟଣା ଉମରକୋଟ ଅଞ୍ଚଳରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ଯେ ଜଣେ ସାଧାରଣ ନିରୀହ ଝିଅର ମୃତ ଶରୀରକୁ ଜଣେ କାର୍ଯ୍ୟରତ ପୋଲିସ ବାବୁ ନିଜ କାନ୍ଧରେ ବୋହିଛନ୍ତି । ପୋଲିସ ବାବୁଙ୍କ ଏଭଳି ମାନବିକତା ଦେଖି ଅଞ୍ଚଳ ବାସି ତାଙ୍କୁ ସାଧୁବାଦ ଜଣେଇଛନ୍ତି ।