ପାଟଣାଗଡ଼/ଜଗନ୍ନାଥ ଧରୁଆ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ରେଙ୍ଗାଲଜୁରୀ ନିକଟସ୍ଥ ଘଞ୍ଚ ଜଙ୍ଗଲରେ ନିଖୋଜ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର | ତେବେ ମୃତଙ୍କ ମାଁ ଘର ପକ୍ଷରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିବା ଜଣା ପଡିଛି | ମୃତ ଜଣଙ୍କ ହେଲେ ଭାରତୀ ମଲ୍ଲିକ | ମିଳିଥିବା ସୂଚନା ଅନୁଯାୟୀ ଗତ ୨୬ ତାରିଖରୁ ରେଙ୍ଗଲଜୁରୀ ଗାଁର ସନ୍ତୋଷ ମଲ୍ଲିକଙ୍କ ପତ୍ନୀ ଭାରତୀ ମଲ୍ଲିକ ନିଖୋଜ ଥିବା ନେଇ ପରିବାର ଲୋକେ ଲରମ୍ଭା ଥାନାରେ ଅଭିଯୋଗ କରିଥିଲେ | ଏନେଇ ପରଦିନ ୨୭ ତାରିଖ ଭାରତୀଙ୍କ ମାଁ ଘର ଲୋକଙ୍କୁ ସନ୍ତୋଷ ଫୋନ କରି କହିଥିଲେ | ପରେ ଭାରତୀଙ୍କ ଭାଇ ଓ ପରିବାର ବର୍ଗ ରେଙ୍ଗଲଜୁରୀ ଗାଁରେ ପହଞ୍ଚି ଖୋଜା ଖୋଜି କରି ନ ପାଇବାରୁ ୨୮ ତାରିଖରେ ଥାନାରେ ଏନେଇ ଅଭିଯୋଗ କରିଥିଲେ |
ଗାଁ ଲୋକେ ଓ ପରିବାର ଲୋକେ ଖୋଜାଖୋଜି କରିବା ପରେ ରେଙ୍ଗଲଜୁରୀ ଗାଁ ନିକଟରେ ଥିବା ବାଙ୍କଡି ଜଙ୍ଗଲ ଭିତରେ ଏକ ଗଛରେ ଦଉଡିରେ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ | ପରେ ଏ ସମ୍ପର୍କରେ ଲରମ୍ଭା ଥାନାକୁ ସୂଚନା ଦେଇଥିଲେ | ପୁଲିସ ଓ ମାଜିଷ୍ଟ୍ରେଟ୍ ଦାୟିତ୍ବରେ ପାଟଣାଗଡ଼ ଅତିରିକ୍ତ ତହସିଲଦାର ଧିରଜ କୁମାର ପାତ୍ର ପହଞ୍ଚି ଥିଲେ | ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିଲା |