ପୁରୀ / ଜୟନ୍ତ କୁମା ସେଠି : ପିପିଲି ପୋଲିସ ର ଦବଙ୍ଗ ଗିରି, ଯୁବକ କୁ ବିଚ ରାସ୍ତାରେ ନିସ୍ତୁକ ମାଡ଼ ମାରିଲେ ପୋଲିସ ଅଧିକାରୀ । ଯାହାର ଭିଡିଓ ଏବେ ମୋବାଇଲ ରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି । ଯୁବକ ଜଣକୁ ପୋଲିସ ବାବୁ ବାଡ଼ିରେ ପ୍ରଥମେ ଗୋଡ଼ କୁ ମାଡ଼ ମାରୁଛନ୍ତି ଓ ପରେ ହାତକୁ ମାଡ଼ ମାରୁଛନ୍ତି । କାଳେ ଯୁବକ ଦୌଡି ଖସି ପଳାଇବ ଦୁଇ ଜଣ ପୋଲିସ କର୍ମଚାରୀ ଦୁଇ ହାତ କୁ ଧରି ରଖିଛନ୍ତି । ମାଡ଼ ଏଡ଼େ ଭୟଙ୍କର ଥିଲା ଯେ ସେହି ବାଟ ଦେଇ ଯାଉଥିବା ବାଇକ ଆରୋହି ଗାଡ଼ି ରୁ ଓହ୍ଲାଇ ପୋଲିସ ବାବୁ ଙ୍କୁ ମାଡ଼ ମାରିବାକୁ ବିରତ ହେବା ପାଇଁ ବୋଧ ହୁଏ ଅନୁରୋଧ କରିଥାଇ ପାରନ୍ତି ବୋଲି ଭିଯୁଆଲ ରୁ ଅନୁମାନ କରାଯାଉଛି । ମାତ୍ର ପୋଲିସ ବାବୁ ଙ୍କ ଲାଲି ଆଖି କୁ ଦେଖି ସେଠାରୁ ସେହି ବାଇକ ଆରୋହି ପଳାଇ ଥିବାର ଦେଖିବାକୁ ମିଳିଥିଲା ବେଳେ ପୋଲିସ ବାବୁ ଙ୍କ ମାଡ଼ ମରିବାର ଅନେକ ଦେଖି ସେଠାରୁ ଯାଉଛନ୍ତି । ପୋଲିସ ର ଏଭଳି ନୃଶଂସ ବ୍ୟବହାର ପୋଲିସ ଉପରେ ଆଙ୍ଗୁଳି ଉଠାଇଥିବା ବେଳେ ପିପିଲି ପୋଲିସ ର ଏଭଳି ଦବଙ୍ଗ ଗିରି କୁ ନେଇ ପିପିଲି ରେ ଏବେ ଚର୍ଚ୍ଚା ଜୋର ଧରିଛି । ଭାଇରଲ ହେଉଥିବା ଭିଯୁଆଲ ଗତକାଲି ରାତି ପ୍ରାୟ ୧୦ଟା ସମୟ ବୋଲି କୁହାଯାଉଛି । ମାଡ଼ ଖାଇଥିବା ଯୁବକ ପିପିଲି ହସନ ପୁର ଗ୍ରାମର ନୃସିଂହ ପ୍ରଧାନ ଓରଫ ପାକୁ ପ୍ରଧାନ ବୋଲି କୁହାଯାଉଥିବା ବେଳେ ପିପିଲି ପୋଲିସ ର ଏଭଳି ଦବଙ୍ଗଗିରି କୁ ସମସ୍ତେ ନା ପସନ୍ଦ କରିଛନ୍ତି। ଏନେଇ ପୋଲିସ କୌଣସି ପ୍ରତିକ୍ରିୟା ଦେଇ ନାହିଁ।