ଶିମିଳିପାଳ : ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଗ୍ରାମ ମାନଙ୍କରୁ ପୁଲିସ ତଲାସୀ ପରେ ମିଳିଥିଲା ୯ଟି ବନ୍ଧୁକ । ସ୍ବତନ୍ତ୍ର ଗୋଇନ୍ଦା ପୁଲିସର ସୂଚନା ଆଧାରରେ ଏସପିଙ୍କ ନିର୍ଦ୍ଦେଶରେ ଖୁଣ୍ଟା ଆଇଆଇସି ଲୋପାମୁଦ୍ରା ନାୟକ ଶୁକ୍ରବାର ଅନ୍ୟମାନଙ୍କ ସହ ଶିମିଳିପାଳ ପାଦଦେଶର ଗ୍ରାମମାନଙ୍କରେ ଚଢାଉ କରିଥିଲେ। ନିକଟସ୍ଥ ଜଙ୍ଗଲ ମଧ୍ୟରେ ଲୁଚାଇ ରଖାଯାଇଥିବା ୮ଟି ଦେଶୀବନ୍ଧୁକ ଓ ଗୋଟିଏ ଦେଶୀ ପିସ୍ତଲ ଜବତ କରାଯାଇଛି ।
ସୂଚନା ଅନୁଯାୟୀ , ଖୁଣ୍ଟା ଥାନାରେ ଏନେଇ ଦୁଇଟି ପୃଥକ ମାମଲା ରୁଜୁ ହୋଇ ଥିବାବେଳେ ବନ୍ଧୁକ ଜବତ ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ । ଚଳିତ ମାସ ୩୧ତାରିଖ ମଧ୍ୟରେ ବେଆଇନ ଭାବେ ପାଖରେ ରଖିଥିବା ବନ୍ଧୁକ ସବୁକୁ ପୁଲିସ ନିକଟରେ ସମର୍ପଣ କରିବାକୁ ଶେଷ ସୁଯୋଗ ଦିଆଯାଇଛି ଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନାହିଁ ବୋଲି ପୁଲିସ ପକ୍ଷରୁ ବ୍ୟାପକ ପ୍ରଚାର ମଧ୍ୟ କରାଯାଇଛି ।