ଫେରାର ଅଭିଯୁକ୍ତକୁ ଧରିଲା ପୋଲିସ

ଭୁବନେଶ୍ୱର: ଫେରାର ଅଭିଯୁକ୍ତକୁ ଧରିଲା ପୋଲିସ । ଗତ ୦୭ ତାରିଖରେ ଅଭିଯୋଗକାରି ରାଜେନ୍ଦ୍ର ମଲ୍ଲିକଙ୍କ ଅଭିଯୋଗ କୁ ଭିତ୍ତିକରି ଧଉଳି ଥାନା ପୁଲିସ ଅଭିଯୁକ୍ତ ମୁନା ଓରଫ ପୂର୍ଣଚନ୍ଦ୍ର ସାହୁକୁ ଗତ ୦୮ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିବା ସ୍ଥଳେ ଆଜି ଅନ୍ୟ ଜଣେ ସହଯୋଗୀ ଚନ୍ଦନକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ସୂଚନା ଯୋଗ୍ୟ ଯେ, ଘଟଣା ଦିନ ଅଭିଯୁକ୍ତ ମୁନା ଏବଂ ଚନ୍ଦନ ଅଭିଯୋଗକାରୀଙ୍କ ନିକଟରୁ ଗୋଟିଏ ମୋବାଇଲ ଫୋନ ଲୁଟ କରିନେଇଥିଲେ । ଏହା ପରେ ଉଭୟେ ଅଭିଯୁକ୍ତ ଲୁଟ ମୋବାଇଲ ଫୋନରୁ ନିଜ ଅକାଉଣ୍ଟକୁ ଫୋନ-ପେ ଜରିଆରେ ୮,୨୦୦ଟଙ୍କା ଟ୍ରାନ୍ସଫର କରିଥିଲେ ।ସେହିଦିନ ଯ୍ଣଚ୍ଚ ଅଭିଯୁକ୍ତକୁ ଧରିଥିବା ବେଳେ ଆଜି ବିଶେଷ ସୂତ୍ରରୁ ଖବର ପାଇଁ ଧଉଳି ଥାନା ପୁଲିସ ଅଭିଯୁକ୍ତ ଚନ୍ଦନକୁ ଗିରଫ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲେ । ତଦନ୍ତ ସମୟରେ ଅଭିଯୁକ୍ତ ନିଜର ଦୋଷ ସ୍ଵୀକାର କରିଥିବା କହିଛନ୍ତି ବିଭାଗୀୟ ଅଧିକାରି ।