( ନିର୍ମଳେନ୍ଦୁ ମିଶ୍ର / ନରସିଂହପୁର): ନରସିଂହପୁର ବ୍ଲକର ରେଗେଡା ପଞ୍ଚାୟତରେ ଘଟିଥିବା ଦୁର୍ଘଟଣାରେ ପୋଲିସ କାହାରୀକୁ ଗିରଫ ନ କରିବା ଦାବିରେ ଧାରଣା ଦିଆଯାଇଛି ।
ଘଟଣାରୁ ପ୍ରକାଶ ଯେ କିଛି ଦିନ ତଳେ ଗୋଲକ ବେହେରା ଘରେ ଶୋଇଥିବାବେଳେ ଦୁଇଜଣ ଯୁବକ ଘରୁ ଡାକି ନେଇଥିଲେ । ଦୁଇଦିନ ପରେ କଟରଙ୍ଗ ଜଙ୍ଗଲର ରାଣୀବନ୍ଦ ପୋଖରୀରେ ଗୋଲକ ବେହେରାଙ୍କ ସବ ଭାସୁଥିବାର ଜଣାପଡିବା ପରେ ସରପଞ୍ଚଙ୍କ ସହାୟତାରେ ଉଦ୍ଧାର କରାଯାଇଥିଲା । ମାତ୍ର ପରିବାର ଲୋକେ ଏହାକୁ ମାରିଦେଇଥିବା ଅଭିଯୋଗ କରିଥିଲେ ।
ମାତ୍ର ଦୀର୍ଘଦିନ ପରେ ମଧ୍ୟ ପୋଲିସ କାହାରିକୁ ଗିରଫ କରିବା ଦୂରର କଥା ଏ ପର୍ୟ୍ୟନ୍ତ ପଚରା ଉଚରା କରିନାହିଁ।ପରିବାର ଲୋକେ ଏ ବିଷୟରେ ପୁଣି ନରସିଂହପୁର ଥାନାରେ ଏକ ମାମଲା ଦାୟର କରିଥିଲେ ।
ଆଜି ନରସିଂହପୁର ଥାନା ସମ୍ମୁଖରେ ଧାରଣାରେ ବସିବାରୁ ନରସିଂହପୁର ପୋଲିସ ଜୋର ଜବରଦସ୍ତି ତାଙ୍କର ବ୍ୟାନର ଚିରି ସହ ତାଙ୍କୁ ସେଠାରୁ ଗେଡାଇ ଥିଲେ । ପୂର୍ବରୁ ବାରମ୍ବାର ଥାନାରେ ଧାରଣା ସାଙ୍ଗକୁ ହୋହାଲ୍ଲା ହୋଇଥିବା ବେଳେ ନରସିଂହପୁର ପୋଲିସ ନ୍ୟାୟ ଦେବାରେ ବିଫଳ ହୋଇଛି।ସେପଟେ ନରସିଂହପୁର ତହସିଲିରେ ଓକିଲ ସଂଘ ତରଫରୁ ବଦଳି ଦାବିରେ ଅଫିସ ରେ ତାଲା ପକାଇଥିଲେ ହେଲେ କାହିଁକି କାହା ଚାପରେ ଥାନା ଅଧିକାରୀଙ୍କର ଏଠାରୁ ବଦଳି କରାଯାଉନାହିଁ ବୋଲି ସାଧାରଣରେ ଚର୍ଚା ଜୋର ଧରିଛି।ଗଣତନ୍ତ୍ର ରାଷ୍ଟ୍ରରେ ଲୋକେ ସେମାନଙ୍କ ଅଧିକାର ପାଇବା ପାଇଁ ଆନ୍ଦୋଳନ କରିବାର ହକ ଥିବାବେଳେ ନରସିଂହପୁର ପୋଲିସର ଦମନଲୀଳା ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି ।ପୋଲିସ ଉଚ୍ଚକର୍ତ୍ତପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଦୃଢ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବୀ ହୋଇଛି ।