ତ୍ତୁର୍କୀ ପରେ ଏବେ ଆଫଗାନିସ୍ତାନରେ ଥରକୁ ଥର ଭୂକମ୍ପ ହେବାରେ ଲାଗିଛ । ଆଜି ମାଧ୍ୟ ଆଫଗାନିସ୍ତାନରେ ଏକ ଭୂକମ୍ପର ଝଟକା ଲାଗିଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକଡ କରାଯାଇଛି । ଏଥିସହିତ ଭୂକମ୍ପର କେନ୍ଦ୍ର ସ୍ଥଳର ଫୈଜାବାଦ ହୋଇଥିବା ବୈଜ୍ଞାନୀକ ମାନେ ସୂଚନା ଦେଇଛନ୍ତି । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା କୁହାଯାଉଛି ।
ଗତ ମଙ୍ଗଳବାର ଦିନ ମଧ୍ୟ ଆଫଗାନିସ୍ତନରେ ଏକ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୪.୨ ରେକଡ କରାଯାଇଥିଲା । ଚଳିତ ଥରକୁ ମିଶାଇ ଏଠାରେ ତିନୋଟି ଭୂକମ୍ପର ଝଟକା ଅନୁଭୂତ ହୋଇସାରିଲାଣି ।