ଶନି ଚଳନରେ ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ସୁଫଳ : ଶନି ଦେବଙ୍କ କୃପାରୁ ଚମକିବ ଭାଗ୍ୟ

ରିପୋର୍ଟର୍ସ ଟୁଡେ ବ୍ୟୁରୋ : ବଢିବ ଐଶ୍ୱର୍ଯ୍ୟ, ସମ୍ପତ୍ତି । କିଛି ଦିନ ମଧ୍ୟରେ ୩ ରାଶିର ବ୍ୟକ୍ତି ପ୍ରତିଷ୍ଠିତ ହେବେ । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ସବୁଠାରୁ ଧୀର ଗତିଶୀଳ ଗ୍ରହ ଓ ଏହା ଯେକୌଣସି ରାଶିରେ ଅଢେଇ ବର୍ଷ ପର୍ଯ୍ୟନ୍ତ ରହିଥାଆନ୍ତି । କର୍ମଫଳ ଦାତା, ନ୍ୟାୟର ଦେବତା ଶନି । ୧୨ଟି ରାଶି ଉପରେ ଗ୍ରହ ଚଳନ ପରେ ଭିନ୍ନ ଭିନ୍ନ ପ୍ରଭାବ ପକାଇଥାଆନ୍ତି । ୨୯ ମାର୍ଚ୍ଚ,୨୦୨୫ରେ ଶନିଙ୍କ ଦ୍ୱାରା ରାଶି ପରିବର୍ତ୍ତନ ହୋଇଛି । ତାଙ୍କର ମୂଳ ରାଶି କୁମ୍ଭ ଛାଡି ଶନି ବୃହସ୍ପତି ମୀନ ରାଶିରେ ପ୍ରବେଶ କରିଛନ୍ତି ।

Shani Dev Angry On These Zodiac Sign Solution Dehradun - Amar Ujala Hindi  News Live - इन राशियों पर शनिदेव बरसाने वाले हैं क्रोध, करेंगे ये सरल उपाय  तो बच जाएंगे
ବୃଷ : ଏଥର ଗ୍ରହ ଚଳନରେ ବୃଷ ରାଶିର ବ୍ୟକ୍ତବିଶେଷ ବିଶେଷ ଲାଭ ପାଇବେ । କର୍ମକ୍ଷେତ୍ର ଠାରୁ ଆରମ୍ଭ କରି ପରିବାର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ । ବ୍ୟବସାୟରେ ଅତ୍ୟନ୍ତ ଲାଭ ମିଳିବ । ନୂତନ ଚାକିରି ମିଳିବ । । ଆର୍ଥିକ ଲାଭ ମିଳିବ। ସମ୍ପର୍କ ମଜଭୁତ ହେବ। ପଡ଼ି ରହିଥିବା କାମ ଯଥାଶୀଘ୍ର ସମାପ୍ତ ହେବ। ବ୍ୟବସାୟ ସମ୍ବନ୍ଧୀୟ କାମ ପାଇଁ ଆପଣଙ୍କୁ ବିଦେଶ ଯାତ୍ରାର ସୁଯୋଗ ମଧ୍ୟ ମିଳିପାରେ। ବ୍ୟବସାୟରେ ବହୁତ ଉନ୍ନତି ହୋଇପାରେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଆପଣ ମୁକ୍ତି ପାଇପାରିବେ। ଟଙ୍କା ସମ୍ବନ୍ଧୀୟ କାମ ସମ୍ପୂର୍ଣ୍ଣ ହେବ। ପରିବାର ସହିତ ଭଲ ସମ୍ପର୍କ ବଜାୟ ରଖିପାରିବେ । ଏହି ରାଶିର ଲୋକମାନେ ଜୀବନରେ ସମସ୍ୟା ଓ କଷ୍ଟରୁ ମୁକ୍ତି ପାଇପାରିବେ ।

Taurus zodiac sign: Personality traits for females and males
ମିଥୁନ : ପ୍ରତ୍ୟେକ କାର୍ୟ୍ୟରେ ଅପାର ସଫଳତା ମିଳିପାରିବ । ପରିବାର ସଦସ୍ୟଙ୍କ ସହିତ ସମ୍ପର୍କରେ ଉନ୍ନତି ହେବ ଏବଂ ମଧୁରତା ବୃଦ୍ଧି ପାଇବ । ନିବେଶର ଧାରଣା ଲାଭଦାୟକ ହେବ। ଚାକିରି କରୁଥିବା ଲୋକଙ୍କ ପାଇଁ ସମୟ ଭଲ ରହିବ । ବ୍ୟବସାୟ ବିସ୍ତାର କରିବାରେ ଯୋଜନାଗୁଡ଼ିକ ଉପଯୋଗୀ ପ୍ରମାଣିତ ହୋଇପାରେ । ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ନଚେତ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ।

Rashifal January-December 2019 Gemini: जानिये कैसा रहेगा मिथुन राशि के लिए  नया साल, बढ़ने वाला
ମକର : ଶନି ତାଙ୍କର ମୂଳ ରାଶି କୁମ୍ଭ ଛାଡି ମୀନ ରାଶିରେ ପ୍ରବେଶ କରିବା ଫଳରେ ମକର ରାଶିର ଲୋକଙ୍କୁ କେବଳ ଲାଭ ମିଳିବ। ଯେଉଁ କାମ ବହୁତ ଦିନ ଧରି ସମ୍ପୂର୍ଣ୍ଣ ହେଉନଥିଲା, ତାହା ସମ୍ପୂର୍ଣ୍ଣ ହେବ। ଧନ ବୃଦ୍ଧିର ସମ୍ଭାବନା ରହିବ। ମକର ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶନିଙ୍କ ଚଳନ ଖୁବ୍ ଶୁଭଙ୍କର। ଧନ ଲାଭର ଗୋଟିଏ ପରେ ଯୋଗ ରହିଛି। ଆର୍ଥିକ ସ୍ଥିତି ଉନ୍ନତି ହେବ। ପଦନ୍ନୋତି ସହ ଦରମା ବୃଦ୍ଧି ହେବ। ବାଣିଜ୍ୟ ପାଇଁ ସଫଳତା ମିଳିବ। ଜୀବନସାଥୀ ସହ ଉତ୍ତମ ସମୟ ଅତିବାହିତ କରିବେ। ସନ୍ତାନ ସୁଖ ପ୍ରାପ୍ତ ହେବ। ନୂତନ ଯାନ କିମ୍ବା ଭୂମି କିଣି ପାରିବେ।

Makar Rashi: Here's everything you need to know about the Hindu Zodiac sign  governed by Shani - The Times of India