କାଲିଠୁ ମହାପ୍ରଭୁଙ୍କ ଦର୍ଶନ କରିବେ ପୁରୀବାସୀ

(ମମତା ସାମଲ): ଆଜି ତୃତୀୟ ଦିନରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ସେବାୟତଙ୍କ ପରିବାର । ଆସନ୍ତାକାଲିଠୁ କାଳିଆ ସାଆନ୍ତଙ୍କ ଦର୍ଶନ ଲାଭ କରିବେ ପୁରୀବାସୀ । କରୋନା କଟକଣାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଦିନ ୱାର୍ଡୱାଜୀ ବାସିନ୍ଦାଙ୍କୁ ଦର୍ଶନ କରିବାର ସୁଯୋଗ ମିଳିବ । କାଲିଠୁ ୭ଟି ଓ୍ଵାର୍ଡ ତଥା ୨,୩,୬,୯,୧୧,୧୨,୧୫ ନମ୍ବର ଓ୍ଵାର୍ଡର ବାସିନ୍ଦା ଦର୍ଶନ କରିବେ । ଏଥିପାଇଁ ଓ୍ଵାର୍ଡବାସୀଙ୍କୁ ପୌରପାଳିକା ପକ୍ଷରୁ ଟୋକନ ବ୍ୟବସ୍ଥା କରାଯାଇଛି । ସମସ୍ତ ଭକ୍ତ ମାର୍କେଟ ଛକରୁ ବାରିକେଡରେ ଆସିବେ । ହାତ ସାନିଟାଇଜ କରି ଫଟୋ ଉଠାଇବା ପରେ ଦର୍ଶନ କରିବାକୁ ଯିବେ । ସେଥିପାଇଁ ୮ଟି ସ୍ୱତନ୍ତ୍ର କ୍ୟାବିନ ତିଆରି କରାଯାଇଛି ।
ଜାନୁୟାରୀ ୩ ତାରିଖରୁ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ । ଫଳ, ଫୁଲ ଓ ଭୋଗ ମନ୍ଦିର ଭିତରକୁ ନେବା ସହ ପରିସରରେ ଦୀପ ଜାଳିବା ଓ ଆନନ୍ଦ ବଜାରରେ ମହାପ୍ରସାଦ ସେବନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି ।