ଡିଭାଇଡରରେ ପିଟି ହୋଇ ଜଳିଗଲା ଯାତ୍ରୀବାହୀ ବସ୍

ନୟାଗଡ଼ : ହୁତୁହୁତୁ ହୋଇ ଜଳିଗଲା ଯାତ୍ରୀବାହି ବସ । ସୋମବାର ସକାଳେ ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ଫାଲପାଦୁଠାରେ ଏକ ବସ୍ ଡିଭାଇଡରରେ ପିଟି ହୋଇ ପୁରାପୁରି ଜଳି ଯାଇଛି । ସୂଚନା ଅନୂଯାୟୀ ବସଟି ୨୦ ଯାତ୍ରୀଙ୍କୁ ଧରି ଖୋର୍ଦ୍ଧା ଜିଲ୍ଲା କୁହୁଡିଠାରେ ଥିବା ସାଇ ସେବା ସଦନ ହସ୍ପିଟାଲରୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଭିମୁଖେ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥଥିବା ଜଣା ପଡିଛି ।