ଭୁବନେଶ୍ୱର: ପୋଷା କୁକୁରକୁ ଗାଡି ଚଢାଇ ମାରିଦେବା ଅଭିଯୋଗରେ ଥାନାରେ ଏତଲା । ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ। ଏଭଳି ଅଭିଯୋଗ ଆଣିଛନ୍ତି ବାଲିପାଟଣା ଥାନା ଅନ୍ତର୍ଗତ ପ୍ରତାପଶାସନର ଅଜିତ କୁମାର । ଏନେଇ ବାଳକଟି ଫାଣ୍ଡିରେ ଏତଲା ମଧ୍ୟ ଦେଇଛନ୍ତି ।
ସୂଚନାଅନୁସାରେ ଅଜିତଏବଂ ତାଙ୍କ ପରିବାର ଘରେ ନଥିବା ସମୟରେ ପୋଷା କୁକୁରଟି ପଡ଼ଷୀ ଘର ସାମ୍ନାରେ ଶୋଇଥିଲା । ଠିକ ଏହି ସମୟରେ ଦୃତ ଗତିରେ ଆସି ଏକ ଗାଡ଼ି କୁକୁରଟି ଉପରେ ଚଢ଼ିଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ କୁକୁରଟିର ମୃତ୍ୟୁଘଟିଥିଲା । ତେବେ ଗାଡ଼ି ଚାଳକ ଜଣଙ୍କ ଯୋଜନା ବଦ୍ଧଭାବେ କୁକୁରଟି ମାରିଥିବା ଅଭିଯୋଗ ଆଣିଛନ୍ତି ଅଜିତ । ଏଥିସହ ସେ ଏହା ମଧ୍ୟ ନିବେଦନ କରିଛନ୍ତି ଗାଡ଼ି ଚାଳକ ଜଣଙ୍କ ବିରୋଧରେ ସଠିକ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ । ଅନ୍ୟପଟେଯେଉଁ ଗାଡି କୁକୁରକୁ ମାରିଛି ସେ ଗାଡିର ଇନସ୍ୟୁରାନ୍ସ ଓ ପଲ୍ୟୁସନ ଅବଧି ଶେଷ ହୋଇଯାଇଛି।ଆଗକୁ ପୁଲିସ ଗାଡିକୁ ଜବତ କରିବା ସହ ପାଳିତ ପଶୁକୁ ହତ୍ୟା କରିବା ଅଭିଯୋଗରେ ଚାଳକୁ ଗିରଫ କରିବ କି ନାହିଁ ତାହା ଦେଖି ବାକୁ ରହିଛି।