ଭୁବନେଶ୍ୱର: ବିଶ୍ବ ସଙ୍ଗୀତ ଦିବସ । ପ୍ରତିବର୍ଷ ଜୁନ୍ ୨୧ରେ ପାଳନ କରାଯାଉଥିବା ସଂଗୀତ ଦିବସର ଲକ୍ଷ୍ୟ ହେଉଛି ସଂଗୀତର ବିବିଧତା ଏବଂ ଏହାର ସାଂସ୍କୃତିକ ଗୁରୁତ୍ୱକୁ ପାଳନ କରିବା ଏବଂ ଲୋକଙ୍କ ମଧ୍ୟରେ ସମସ୍ତ ପ୍ରକାର ସଂଗୀତକୁ ବିସ୍ତାର କରିବା। ପ୍ରତ୍ୟେକ ବର୍ଷ ବିଶ୍ବ ସଙ୍ଗୀତ ଦିବସର ଏହି ବିଶେଷ ମୂହୁର୍ତ୍ତକୁ ପାଳନ କରିଥାନ୍ତି ସଙ୍ଗୀତ ପ୍ରେମୀ । ଏହି ଦିନଟିକୁ ‘ଫଦେ ଦେ ଲା ମ୍ୟୁଜିକ୍ୟୁ’ ବୋଲି ପାଳନ କରାଯାଇଥାଏ । ଯାହାର ଅର୍ଥ କିଛି ସଂଗୀତ ପ୍ରସ୍ତୁତ କରିବା । ଆନନ୍ଦ ଓ ଉତ୍ସାହର ସହ ଏହି ଦିନଟିକୁ ପାଳନ କରାଯାଏ । ସଙ୍ଗୀତର ୟୁନିଭର୍ସାଲ ଭାଷାକୁ ଆଗକୁ ନେବା ଓ ସଙ୍ଗୀତର ପ୍ରଚାର ପ୍ରସାର କରିବା ପାଇଁ ପ୍ରତ୍ୟେକ ବର୍ଷ ଏହି ଦିନକୁ ପାଳନ କରାଯାଇ ଥାଏ । ସିଙ୍ଗର ଓ ମ୍ୟୁଜିସିଆନ ମାନଙ୍କୁ ସମ୍ନାନ ଜଣାଇବା ପାଇଁ ଏହି ଦିନକୁ ବିଶ୍ବବ୍ୟାପି ପାଳନ କରାଯାଏ । ସଂଗୀତ ହିଁ ମଣିଷ ଜୀବନରେ ଆନନ୍ଦ ଭରିଥାଏ । ସଂଗୀତ ଶୁଣିଲେ ଆମ ମନକୁ ଶାନ୍ତି ମିଳେ । ଏହାକୁ ଭଲଗୀତ ଓ ସୁର ମାଧ୍ୟମରେ ସମ୍ଭବ କରାଇଥାନ୍ତି ଏହି ସଂଗୀତର ଯାଦୁକର ମାନେ । ଗୀତ ଅନେକଙ୍କ ପାଇଁ ଜୀବନ ପାଲଟି ଯାଏ । ସଂଗୀତକୁ ନେଇ ସେମାନେ ବଞ୍ଚିଥାନ୍ତି ।
ଜୁନ ୨୧ରେ ମ୍ୟୁଜିସିଆନ ଓ ସିଙ୍ଗର ପବ୍ଲିକ ପ୍ଲେସରେ ଏହି ଦିବସକୁ ସେଲିବ୍ରେଟ କରିଥିଲେ । ପ୍ରଥମଥର ପାଇଁ ଜୁନ ୨୧ ୧୯୮୨ରେ ଫ୍ରାନ୍ସର ପ୍ୟାରିସରେ ବିଶ୍ବ ସଂଗୀତ ଦିବସକୁ ପାଳନ କରାଯାଇଥିଲା । ଏହାର ମୂଳ ଉଦ୍ଦେଶ୍ୟ ଥିଲା ସଂଗୀତର ଡାଇଭରସିଟିକୁ ପ୍ରୋମୋଟ କରିବା । ୧୦୦୦ରୁ ଅଧିକ ସିଙ୍ଗର ଓ ମ୍ୟୁଜିସିଆନ ପ୍ୟାରିସ ନଗରୀର ଷ୍ଟ୍ରିଟରେ ସଂଗୀତ ପରିବେଷଣ କରିଥିଲେ । ଏହାର ସଫଳତା ପରେ ବିଶ୍ବବ୍ୟାପି ଏହି ଦିବସକୁ ପାଳନ କରାଯାଉ ଅଛି । ସେଠାରେ ତତ୍କାଳୀନ ଫ୍ରାନ୍ସୀୟ କଳା ଓ ସଂସ୍କୃତି ମନ୍ତ୍ରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ମନ୍ତ୍ରୀ ମିଶି ଏହାର ଶୁଭାରମ୍ଭ କରିଥିଲେ । ତେବେ ଏହାକୁ ନେଇ ଅନେକ ଅଧ୍ୟୟନ ଏବଂ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ଯେ, ସଙ୍ଗୀତ ମାନସିକ ଚାପକୁ ହ୍ରାସ କରିବାରେ ସାହାଯ୍ୟ କରେ ଏବଂ ଉତ୍ତମ ନିଦ୍ରା ହେବାରେ ସାହାଯ୍ୟ କରେ । ଏମିତିକି ମାନସିକ ସ୍ତରକୁ ଦୁର୍ବଳ ଲୋକଙ୍କୁ ଭଲ କରିବା ପାଇଁ ସେମାନଙ୍କୁ ମ୍ୟୁଜିକ୍ ଥେରାପି ମଧ୍ୟ ଦିଆଯାଏ ।
ବାସ୍ତବରେ, ଏହି ଦିନ ସଙ୍ଗୀତ କ୍ଷେତ୍ର ସହିତ ଜଡିତ ମହାନ ଗାୟକ ଏବଂ ରଚୟତାମାନଙ୍କୁ ସମ୍ମାନିତ କରାଯାଇଥାଏ। ଏଥିପାଇଁ ସାରା ବିଶ୍ୱରେ ବଡ କାର୍ୟ୍ୟକ୍ରମ ମଧ୍ୟ ଆୟୋଜିତ କରାଯାଏ । ଲୋକମାନେ ସଙ୍ଗୀତ ସମ୍ବନ୍ଧୀୟ ଇଭେଣ୍ଟରେ ସକ୍ରିୟ ଭାବରେ ଅଂଶଗ୍ରହଣ କରନ୍ତି । ଏହି ସମୟରେ ସଙ୍ଗୀତଜ୍ଞ ଏବଂ ଗାୟକମାନଙ୍କୁ ସମ୍ମାନିତ କରାଯାଏ । ପ୍ରତିବର୍ଷ ଏହି ଦିନ ପାଇଁ ଏକ ଭିନ୍ନ ଥିମ୍ ସ୍ଥିର କରାଯାଏ । ସଙ୍ଗୀତର ସଠିକ ପରିଭାଷା ସମଗ୍ର ବିଶ୍ୱରେ ଭିନ୍ନଭିନ୍ନ ହୋଇଥାଏ । ଯଦିଓ ଏହା ସମସ୍ତ ମାନବ ସମାଜର ଏକ ଦିଗ, ଏକ ସାଂସ୍କୃତିକ ସର୍ବଭାରତୀୟ । ସାମାଜିକ କାର୍ୟ୍ୟକଳାପ, ରୀତିନୀତି, ପର୍ବ ଏବଂ ସାଂସ୍କୃତିକ କାର୍ୟ୍ୟକଳାପରେ ସଙ୍ଗୀତ ପ୍ରାୟତଃ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେଣୁ ସଂଗୀତକୁ ଯେକୌଣସି ମାନବ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବରେ ବିବେଚନା କରାଯାଏ । ଅଧିକାଂଶ ଲୋକପ୍ରିୟ ସଂଗୀତ ଏପରି ଅନେକ ସଂଗୀତ ଯାହା କଳାକାରମାନେ ବ୍ୟବସାୟିକ ଉଦ୍ଦେଶ୍ୟରେ ତିଆରି କରିଛନ୍ତି। କାରଣ ଲୋକମାନେ ଏହାକୁ ଭଲ ପାଆନ୍ତି ଏବଂ ସଂଗୀତରେ ଅନେକ ଧାରା ଅଛି, ଲୋକମାନଙ୍କ ପସନ୍ଦ ମୁତାବକ ଏହି ସଙ୍ଗୀତ ପ୍ରସ୍ତୁତ କରାଯାଇଥାଏ ।