ଗଞ୍ଜାମ;ରଜନୀକାନ୍ତ ପାତ୍ର : ଶେରଗଡ଼ ଥାନା ଅଧିନସ୍ଥ କୁମାରପାଣି ଗ୍ରାମରେ ଥିବା ସାତଭଉଣୀ ନାଳରୁ ଏକ ଗଳିତ ଶବ ଉଦ୍ଧାର କରାଯାଇଛି l ସୂଚନା ଯୋଗ୍ୟ ଯେ କୁମାରପାଣି ଗ୍ରାମର ଉଦୟନାଥ ନାୟକ କେଉଁଆଡ଼େ ଚାଲିଯାଇଥିଲେକ୍ଷ ପରିବାର ଲୋକେ ସମସ୍ତ ବନ୍ଧୁବାନ୍ଧବ ଓ ସମ୍ପୂର୍ଣ ଗ୍ରାମ ଖୋଜାଖୋଜି କରିବା ସତ୍ୱେ କୌଣସି ସନ୍ଧାନ ପାଇନଥିଲେ l ପରିଶେଷରେ ଗ୍ରାମରେ ଥିବା ସାତଭଉଣୀ ନାଳର ଥିବା ଡ୍ୟାମର କବାଟ ଖୋଲିବାକୁ ଯାଇଥିବା କିଛି ଗ୍ରାମବାସୀ ଉଦୟନାଥ ପାଣିରେ ଭାସୁଥିବା ଦେଖି ଉଦ୍ଧାର କରି ପରିବାରକୁ ସୂଚନା ଦେଇଥିଲେ l ପରେ ଉଦୟନାଥଙ୍କୁ ଶେରଗଡ଼ ମେଡିକାଲ ନେଇଯାଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏ ନେଇ ଶେରଗଡ଼ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ନିମନ୍ତେ ଆସିକା ସରକାରୀ ଚିକିତ୍ସାଳୟକୁ ପଠାଇଥିଲେ l ସମାଜସେବୀକା ସୁଜାତା ପ୍ରଧାନ ମୃତ ପରିବାର ଲୋକଙ୍କୁ ଭେଟି ଆଶ୍ୱାସନା ଦେବା ସହ ପାଞ୍ଚ ହଜାର ଆର୍ଥିକ ସହାୟତା କରିଥିଲେ l