ଶତ ପାଇଁ ଜାଳିଥିବା ନିଆଁରେ ଜଳିଜଲେ ବୃଦ୍ଧ

ଝରୀଗାଁ / ବସନ୍ତ କୁମାର ସାହୁ : ଶୀତ ଆରମ୍ଭରୁ ଅଘଟଣ । ଶତ ପାଇଁ ଜାଳିଥିବା ନିଆଁରେ ଜଳିଜଲେ ବୃଦ୍ଧ । ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି ଝରୀ ଗାଁ ବ୍ଲକ ବୁଟିସର୍ଗି ଗ୍ରାମର ଭିକାରୀ ମାଳି ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ରାତ୍ର ରେ ଶୋଇଥିବା ଅବସ୍ଥାରେ ନିକଟରେ ଜାଳିଥିବା ନିଆଁ ର ସଂସ୍ପର୍ଶରେ ଅସି ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା, ଏ ସମ୍ପର୍କରେ ଝରୀଗାଁ ଥାନାରେ ଲିଖିତ ଜଣେଇଛନ୍ତି ମୃତକଙ୍କ ପୁଅ ଭୁବନ ମାଳି ।
ଭୁବନଙ୍କ କହିବା ଅନୁଯାୟୀ ଗତକାଲି ରାତି ସବୁଦିନ ଭଳି ଖିଆପିଆ ସାରି ତାଙ୍କ ବାପା ଭିକାରୀ ଶୋଇବାକୁ ଯାଇଥିଲେ ହେଲେ ତାଙ୍କ ଶୋଇବା ଘର କିଛି ଦୂରରେ ଥିବା ବେଳେ ରାତ୍ର ସମସ୍ତେ ନିଜ ନିଜ କବାଟ ବନ୍ଦ କରି ଶୋଇଯାଇଥିଲେ । ତେବେ ସକାଳୁ ପୁଅ ନିଜ ନିତ୍ୟ କର୍ମ ସାରି ଘରକୁ ଫେରିବା ପର୍ୟ୍ୟନ୍ତ ତାଙ୍କ ବାପା ତଥା ଭିକାରୀ ମାଳି କବାଟ ଖୋଳିନଥିଲେ । ଯେତେବେଳେ ଡାକିବାକୁ କବାଟ ପାଖକୁ ଯାଇଥିଲେ ହେଲେ ପୋଡ଼ା ବାସ୍ନା ଆସିବାରୁ କିଛି ଅଘଟଣ ଘଟିଥିବା ଜାଣି କବାଟ ତାଡି ଦେଖିବା ବେଳେକୁ ଶେଜ ସହ ପିତା ଭୁବନ ପୋଡିଯାଇ ମୃତ୍ୟୁ ବରଣ କରିଥିବା ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ଝରୀଗାଁ ଥାନାରେ ଲିଖିତ ଜଣେଇବା ପରେ ଘଟଣା ସ୍ଥଳରେ ପହଂଚି ପୋଲିସ ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ଝରୀଗାଁ ନିଆଯାଇଥିଲା । ତେବେ ବ୍ୟବଛେଦ ପରେ ପୋଲିସ ପରିବାରକୁ ଶବ ହସ୍ତାନ୍ତର କରିଥିବା ସୂଚନା ରହିଛି ।