କୋଟଗଡ ଗ୍ରାମ୍ୟନିର୍ମାଣ ସହକାରୀ ଯନ୍ତ୍ରୀଙ୍କ କାଯ୍ୟାଳୟରେ ତାଲା

(ବନବାସୀ ପ୍ରଧାନ / କନ୍ଧମାଳ): କନ୍ଧମାଳ ଜିଲ୍ଲା କୋଟଗଡ ଗ୍ରାମ୍ୟନିର୍ମାଣ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଅଭିଯୋଗ ।ଅଫିସରେ ତାଲା ଝୁଲାଇ ଜେଇ,ଏସଡିଓ ମହାଶୟ କ୍ବାଟର ଭିତରପଟୁ କବାଟ ବନ୍ଦ କରି ରହୁଥିବା ଦେଖିବାକୁ ମିଳିଛି । ଡ୍ୟୁଟି ପିରିୟଡରେ ଅଫିସକୁ ନଆସି କ୍ବାଟର ଭିତରେ ମସ୍ତି କରୁଥିବା ଅଭିଯୋଗ ହେଉଛି ।ଏପଟେ ଅଫିସ ଭିତରେ ଗଦା ଗଦା ମଇଳା ଆବର୍ଜନ ପଡି ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ଏଥିରୁ ଜଣା ପଡୁଛି ମୋ ସରକାର ୫ଞଏହି ଅଫିସରେ କିଭଳି କାମ କରୁଛି । ଏହି ଭିଜୁଆଲକୁ ଦେଖିଲେ ଆପଣ ସବୁ ବୁଝିପାରିବେ କିଭଳି ଅଫିସର ମାନଙ୍କ ମନମାନି ଚାଲିଛି ଏଠାରେ ।ଏସଡିଓ ମହାଶୟ କ୍ବାଟର ଭିତରପଟେ କବାଟ ବନ୍ଦକରି ରହି ଅଫିସକୁ ଆସୁନଥିବା ଅଭିଯୋଗ ହେଉଛି । ଏସଡିଓ କ୍ବାଟର ଭିତରେ ଡ୍ୟୁଟି ପିରିୟଡରେ କବାଟ ବନ୍ଦକରି କଣ କରୁଛନ୍ତି ମୁଁ କିଛି କହି ପାରିବିନାହିଁ ବୋଲି ସଫେଇ ଦେଇଛନ୍ତି ।ଅଫିସ ସମୟରେ ଅଫିସକୁ ନଆସି ତାଲା ଝୁଲାଇ କ୍ବାଟରରେ ମଜା ମଜିଲସ କରି ରହୁଥିବା ଏସଡିଓ,ଜେଇଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।